ବେତନଟୀ : ରୋଗ ଯନ୍ତ୍ରଣା ଅସହ୍ୟ ହେବାରୁ ଜଣେ କଲେଜ ଛାତ୍ରୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ବେତନଟୀ ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ଏହି ଥାନା ଅଧୀନ ଶଗଡ଼ଭଙ୍ଗା ଗ୍ରାମର ସୁନାରାମ କିସ୍କୁଙ୍କ ମଧ୍ୟମ କନ୍ୟା ସବିତା କିସ୍କୁ(୨୦)। ଗତକାଲି ବିଳମ୍ବିତ ରାତ୍ରୀରେ ନିଜ ଘର ନିକଟସ୍ଥ ଏକ ବରଗଛ ମୂଳେ ଦେହରେ ନିଆଁ ଲଗାଇ ସେ ଆତ୍ମହତ୍ୟା କରିଥିବାର ଅଭିଯୋଗରେ ଦର୍ଶାଯାଇଛି।
/sambad/media/post_attachments/wp-content/uploads/2020/11/mayurbhanj-college-student-suicide-f-300x250.jpg)
ସୂଚନା ଅନୁଯାୟୀ, ସବିତା ବେତନଟୀ କଲେଜର ଦ୍ବିତୀୟ ବର୍ଷ ବାଣିଜ୍ୟର ଛାତ୍ରୀ ଥିଲେ। ଗତ କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିଲା। ଦେହ ଭଲ ହେଉ ନଥିବାରୁ ସେ ସବୁବେଳେ ମାନସିକ ଚାପରେ ରହୁଥିଲେ। ଚିକିତ୍ସା ପରେ ଦେହ ଭଲ ହୋଇଯିବ ବୋଲି ନିୟମିତ ଆଶ୍ବାସନା ଦେଉଥିଲେ ପରିବାର ଲୋକ। ହେଲେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିଲେ। ଖବର ପାଇ ବେତନଟୀ ଥାନା ଆଇଆଇସି ତିଳୋତ୍ତମା ରାଉତ ଓ ବାରିପଦାରୁ ଆସିଥିବା ସାଇଣ୍ଟଫିକ ଟିମ୍ ଅଧିକାରୀ ଯଶୋବନ୍ତ ଦେହୁରୀଙ୍କ ତତ୍ତ୍ବାବଧାନରେ ଘଟଣାର ତଦନ୍ତ କରିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ କେସ୍ ନଂ ୫୩/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/fire-burn.jpg)