ଇବ ନଦୀରେ ବୁଡ଼ିଗଲେ ଦାଦା-ପୁତୁରା

ବ୍ରଜରାଜନଗର: ପୁତୁରାକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ିଗଲେ ଦାଦା | ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି | ଇବ ନଦୀରେ ବୁଡିଯାଇଥିବା ଦାଦାଙ୍କ ନାମ ସନ୍ଦୀପ ମାହାତୋ ହୋଇଥିବାବେଳେ ପୁତୁରାର ନାମ ଚେତନ ମାହାତୋ ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ଲମଟାବାହାଲ ଗ୍ରାମର ସନ୍ଦୀପ ମାହାତୋ(୪୫) ନିଜ ପୁତୁରା ଚେତନ ମାହାତୋ(୧୩)ଙ୍କୁ ଧରି ଇବ ନଦୀର ଓଟିଏମ ଘଟକୁ ଗାଧୋଇବାକୁ ଯାଇଥିଲେ |

ଏହି ସମୟରେ ଚେତନ ନଦୀ ମଝିକୁ ଚାଲିଯାଇଥିବାବେଳେ ତାଙ୍କୁ ବଞ୍ଚାଇବାକୁ ସନ୍ଦୀପ ଚେଷ୍ଟା କରିଥିଲେ | ତେବେ ଦୁଇ ଜଣ ଦାଦା-ପୁତୁରା ନଦୀରେ ନିଖୋଜ ହୋଇଯାଇଥିଲେ |

ଦମକଳ ବାହିନୀ ପକ୍ଷରୁ ଆସି ଖୋଜାଖୋଜି କରାଯାଉଥିଲେ ବି ଦୁଇ ଜଣଙ୍କର ମୃତଦେହ ମିଳିପାରିନାହିଁ | ନିକଟରେ ଏକ ବ୍ରିଜ ନିର୍ମାଣ ହେଉଥିବାରୁ ନଦୀ ଗର୍ଭକୁ ଖୋଳାଯାଇଥିଲା | ଯାହାଫଳରେ ଏହି ଘାଟ ନିକଟରେ ଅଧିକ ପାଣି ଥିଲା | ପୁତୁରା ଚେତନ ସ୍ଥାନୀୟ ଶିକ୍ଷା ନିକେତନରେ ଅଷ୍ଟମ ଶ୍ରେଣୀର ଛାତ୍ର ଥିବାବେଳେ ପରିବାରରେ ଏବେ ଶୋକର ଛାୟା ଖେଳିଯାଇଛି |

ସମ୍ବନ୍ଧିତ ଖବର