ବାଲେଶ୍ୱର: ରବିବାର ଦିନ ପ୍ରାୟ ୧୧: ୩୦ରେ ବାଲେଶ୍ୱରରୁ ଭଦ୍ରକ ଯିବା ବାଟରେ ପଡୁଥିବା ପ୍ରଥମ ରେଳବାଇ ଓଭର୍ବ୍ରିଜ୍ (ଶୋଭାରାମପୁର ଓଭର୍ବ୍ରିଜ୍ ଭାବେ ସୁପରିଚିତ) ଭାଙ୍ଗି ପଡ଼ିବାରୁ ସେ ବାଟେ ଅନିର୍ଦ୍ଦିଷ୍ଟ କାଳଯାଏଁ ସମସ୍ତ ରେଳଗାଡ଼ି ଚଳାଚଳ ବାତିଲ କରାଯାଇଛି।
ପ୍ରାୟ ୬୦ ମିଟର୍ ଦୀର୍ଘ ସେ ଓଭର୍ବ୍ରିଜ୍ରେ ୬ଟି ଗାର୍ଡର୍ ଲାଗିବାର ଥିଲା। ଆଜି ଶେଷ ଗାର୍ଡର୍ଟି ଲଗାଯିବା ପରେ ପରେ ପ୍ରଥମ ଗାର୍ଡର୍ଟି ତଳକୁ ଖସିପଡ଼ିଲା।
/sambad/media/post_attachments/wp-content/uploads/2019/12/rl-over-300x169.jpg)
ତା’ସହ ତୃତୀୟ ଏବଂ ଚତୁର୍ଥ ଗାର୍ଡର୍ ମଧ୍ୟ ବାଙ୍କି ଯାଇ ତଳକୁ ଓହଳି ରହିଛି। ଏଥିଯୋଗୁଁ ଉପରେ ଟଣାଯାଇଥିବା ବିଜୁଳି ତାରଗୁଡ଼ିକ ମଧ୍ୟ ଛିଡ଼ିଯାଇ ତଳେ ପଡ଼ିଛି।
ରେଳ ବିଭାଗର ଇଞ୍ଜିନିୟର୍, ମେକାନିକ୍, କର୍ମଚାରୀ ଏବଂ ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅବସ୍ଥା ସୁଧାରିବାକୁ ଉଦ୍ୟମ ଚଳାଇଛନ୍ତି।
ରେଳପଥ ସାମଗ୍ରୀ ସବୁ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିବାରୁ ଅଘଟଣ ଘଟିବା ଆଶଙ୍କାରେ ବାଲେଶ୍ୱର-ଶୋଭାରାମପୁର ସଡ଼କ ପଥରେ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Over-Bridge29_Thumb.jpg)