କଟକ: କଟକ ରେଲୱେ ଷ୍ଟେସନରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି। ପ୍ଲାଟଫର୍ମ ନମ୍ବର ୧ରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି। ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି। ପ୍ରାୟ ୫୦୦ ମିଟରରରୁ ଅଧିକ ଲମ୍ବ ଛାତ ଭୁଶୁଡ଼ି ପଡ଼ିଛି।
ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ ହୋଇପାରି ନାହିଁ। ରେଳ ଲାଇନ ଉପରେ ଛାତ ପଡ଼ିଥିବାରୁ କିଛି ଟ୍ରେନ୍ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ଭଗ୍ନାଶଂ ତଳେ ଶ୍ରମିକ ରହିଛନ୍ତି କି ନାହିଁ ତାହାର ସନ୍ଧାନ ଚାଲିଛି।
ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ କରୁଥିବା ଶ୍ରମିକଙ୍କ ଉପସ୍ଥାନ ନିଆଯାଇଛି। ସମସ୍ତ ଶ୍ରମିକ ସୁରକ୍ଷିତ ରହିଛନ୍ତି। ସେହିପରି ସିସିଟିଭି କ୍ୟାମେରାରୁ କେହି ଭୁଶୁଡ଼ି ପଡ଼ିଥିବା ଛାତ ଆଡ଼କୁ କେହି ଯାଇ ନଥିବା ଜଣାପଡ଼ିଛି। ତେବେ ଏନେଇ ଅଧିକ ସନ୍ଧାନ ଜାରି ରହିଛି।
ଏହି ଘଟଣାରେ ଜଣେ ଟେକ୍ନିକାଲ ଷ୍ଟୋପ୍ ଆହତ ହୋଇ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିବା ଆସିଷ୍ଟାଣ୍ଟ ଡିଆରଏମ ସୂଚନା ଦେଇଛନ୍ତି।
Cuttack | cuttack railway station
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/27/under-construction-roof-collapses-at-cuttack-railway-station-2025-08-27-16-44-19.jpg)