୧୪୩ ନଂ ଜାତୀୟ ରାଜପଥରେ ହେବ ଭୂତଳ ରାସ୍ତା ଓ ଓଭରବ୍ରିଜ୍‌

ରାଉରକେଲା: ୧୪୩ ନଂ ଜାତୀୟ ରାଜପଥର ରଙ୍ଗିଲା ଛକ, ଜଲଦା ‘ସି’ ବ୍ଲକରେ ଟ୍ରାଫିକ ସମସ୍ୟା ଏଡାଇବାକୁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ରଙ୍ଗିଲା ଛକରେ ୧୨.୫ ମିଟରର ମାଟିତଳ ରାସ୍ତା ନିର୍ମାଣ ହେବ। ଜଲଦା ସି ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ ଏକ ୬ ଲେନ୍‌ ବିଶିଷ୍ଟ ଓଭରବ୍ରିଜ୍‌ ଓ ବ୍ରିଜର ଓଭର ପାର୍ଶ୍ବରେ ଚଲାପଥର ନିର୍ମାଣ କରାଯିବ। ଯାହା ଦ୍ବାରା ଯାତାୟତ ଓ ଦୁର୍ଘଟଣାଜନିତ ସମସ୍ୟା ଗୁଡ଼ିକ ଦୂର ହୋଇପାରିବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଲିଖିତ ଚିଠିରେ ଏହି ଉତ୍ତର ରଖିଛନ୍ତି କେନ୍ଦ୍ର ପରିବହନମନ୍ତ୍ରୀ ନିତୀନ ଗଡ଼କରୀ। ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ୧୪୩ ନମ୍ବର ଜାତୀୟ ରାଜପଥ ଥିବା ରଙ୍ଗିଲା ଛକ ଓ ଜଲଦା ସି ବ୍ଲକ, ଉଭୟ ସ୍ଥାନରେ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଜନିତ ସମସ୍ୟା ପାଇଁ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାର ନିରାକରଣ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜଣାଇଥିଲେ। ଶ୍ରୀ ଓରାମ ତାଙ୍କ ପତ୍ରରେ ଜଣାଇଥିଲେ। ଶ୍ରୀ ଓରାମଙ୍କ ଉତ୍ତରରେ ଶ୍ରୀ ଗଡକରୀ ଦୁଇଟି ସ୍ଥାନରେ ବିକଳ୍ପ ବ୍ୟବସ୍ଥା କରିବାକୁ ଲିଖିତ ପ୍ରତିଶ୍ରୂତି ଦେଇଛନ୍ତି।

ସମ୍ବନ୍ଧିତ ଖବର