ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଗୁଳିବିଦ୍ଧ ଅଣ୍ଡିରା ଦେଶୀ ଭାଲୁର ଅପରାହ୍ନରେ ମୃତ୍ୟୁ ହୋଇଛି। ପ୍ରାୟ ୫ ବର୍ଷ ବୟସର ଭାଲୁଟିକୁ ଚଳତ ମାସ ୪ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରୁ ଆହାତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ନନ୍ଦନକାନନକୁ ଅଣାଯାଇଥିଲା। ତାକୁ କେହି ଶିକାରୀ ଗୁଳି କରିଥିଲା । ଫଳରେ ତା ଆଗ ଦୁଇ ଗୋଡ ମଝିର ଗୁଳି ଅଚଳ ହୋଇଥିଲା। ତାକୁ ଓୟୁଏଟି ବିଶେଷଜ୍ଞ ଚିକିତ୍ସକଙ୍କ ସହାୟତାରେ ଅସ୍ତ୍ରୋପଚାର କରି ଗୁଳି କଢ଼ାଯାଇଥିଲା। ମାତ୍ର ସେ ପକ୍ଷଘାତର ଶିକାର ହୋଇଥିବାରୁ ତା ଆଗ ଗୋଡ ଦୁଇଟି ଅଚଳ ହୋଇଥିଲା। ସେ ଗୋଟିଏ ଜାଗାରେ ପଡି ରହୁଥିଲା। ପଡିରହିବା ଫଳରେ ତାର ବଡ଼ ସୋର ହୋଇଥିଲା । ଦୈନଦିନ ତାର କ୍ଷତକୁ ସଫା କରିବା ସହିତ ତାକୁ ଆବଶ୍ୟକ ମୁତାବକ ଚିକିତ୍ସା କରାଯାଉଥିଲା । ଶେଷରେ ସେ ଆଖି ବୁଜିଛି।
ନନ୍ଦନକାନନରେ ଚିକିତ୍ସାଧୀନ ଗୁଳିବିଦ୍ଧ ଭାଲୁ ମୃତ
/sambad/media/post_attachments/wp-content/uploads/2020/03/Nandankanan-Zoo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)