ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମୁଜାଗଡ଼ ଗ୍ରାମର ଫିରୋଜକାନ୍ତ ସାହୁଙ୍କ ଝିଅ ଜ୍ୟୋତିରେଖା ସାହୁ (୨୮)ଙ୍କ ହଠାତ୍ ବିଷକ୍ରିୟାଜନିତ ମୃତ୍ୟୁ ହୋଇଛି। ଜ୍ୟୋତିରେଖା ଆଜି ସକାଳେ ହଠାତ୍ ଘରୁ କାହାକୁ କିଛି ନଜଣାଇ ଚାଲିଆସିଥିଲେ। କିଛି ସମୟ ପରେ ଗୋବରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ତାଙ୍କୁ ମୃତାବସ୍ଥାରେ ଠାବ କରଯାଇଥିଲା। ଏଥିପାଇଁ ବାପା ଫିରୋଜକାନ୍ତ ମୃତକ ଜ୍ୟୋତିରେଖାଙ୍କ ପ୍ରେମିକ ତଥା କ୍ଷତ୍ରିୟବରପୁର ନୋଡାଲ୍ ଉଚ୍ଚବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ୟାମଘନ ଗୌଡ଼ଙ୍କୁ ଦାୟୀ କରିଛନ୍ତି। ତାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ଗାଙ୍ଗପୁର ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ ହୋଇଛି। ଜ୍ୟୋତିରେଖାଙ୍କ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନା ଏଫ୍‌ଏମ୍‌ଟିକୁ ପଠାଯାଇଥିବା ବେଳେ ରିପୋର୍ଟ ଆସିଲେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।