ଦାଥୁନାମା କ୍ୟାମ୍ପରେ କାର୍ଯ୍ୟରତଥିବା ଓଏପିଏଫ ଯବାନଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ନୂଆପଡା: ଚିକିଚିତ୍ସାଧିନ ଅବସ୍ଥାରେ ଓଏପିଏଫ ଯବାନଙ୍କ ମୃତ୍ୟୁ ଘଟିଛି । ମୃତ ଯବାନ ହେଉଛନ୍ତି କୋରାପୁଟ ଜିଲ୍ଲା ବିଳାପୁର ଗ୍ରାମର କର୍ଣ୍ଣ ବିଶୋଇ ।
ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଦାଥୁନାମା କ୍ୟାମ୍ପରେ ସେ କାର୍ଯ୍ୟରତ ଥିଲେ।

ମଙ୍ଗଳବାର ଦିନ କର୍ଣ୍ଣ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସାଲାଗି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ବୁଧବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର