କଟକ/ଆନନ୍ଦପୁର: ସହିଦ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରିଝୁରି ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। କଟକ ବଡ଼ମେଡିକାଲରେ ଆଜି ସନ୍ଧ୍ୟାରେ ସୁନ୍ଦରୀ ଖୁଣ୍ଟିଆଙ୍କ ଦେହାନ୍ତ ହୋଇଛନ୍ତି। ଭୂବନେଶ୍ୱରରୁ କଟକ ଏସସିବି ମେଡିକାଲକୁ ୫ଟାରେ ସ୍ଥାନାନ୍ତର ହେବା ପରେ ହଠାତ୍ ରକ୍ତଚାପ କମିଯିବାରୁ ଏସସିବି ନ୍ୟୁ ମେଡିସିନ୍ ଆସିୟୁରେ ତାଙ୍କର ମ୍ରୁତ୍ୟୁ ହୋଇଛି। ଡାକ୍ତରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାକସ୍ଥଳୀରେ କ୍ୟାନସର ହୋଇଥିବା ଯୋଗୁଁ କିଛି ଦିନ ତଳେ ଭୂବନେଶ୍ବରର ଏକ ଘରୋଇ ହସପିଟାଲରେ ଅପରେସନ ହୋଇଥିଲା। କିନ୍ତୁ ସେଠାରେ ସ୍ବାସ୍ଥ୍ଯବସ୍ଥା ନସୁଧୁରିବାରୁ ପରିବାର ଲୋକ ଆଜି ଏସସିବି ମେଡିକାଲକୁ ନେଇ ଆସିଥିଲେ। କିନ୍ତୁ ଆଜି ୭.୪୦ ମିନିଟ୍ ସମୟରେ ତାଙ୍କର ମ୍ରୁତ୍ୟୁ ଘଟିଛି। ଖବର ପାଇ କଟକ ମେୟର ସୁବାସ ସିଂହ ସହିଦଙ୍କ ମାଆକୁ ଶେଷଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହା ପରେ ତାଙ୍କ ମ୍ରୁତଦେହକୁ କେନ୍ଦୁଝର ଆନନ୍ଦପୁର ସ୍ଥିତ ନିଜ ପୈତୃକ ଗାଁରେ ଶେଷକ୍ରୁତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ସୁନ୍ଦରୀ ଖୁଣ୍ଟିଆ ପ୍ରଥମେ ସ୍ବାମୀ, ପରେପରେ ଦୁଇପୁଅ ଓ ଗତ ୧୧ତାରିଖରେ ସାନପୁଅ ସୁଶାନ୍ତ ଖୁଣ୍ଟିଆ ନକ୍ସଲ ଗୁଳିରେ ସହିଦ୍ ହୋଇଥିଲେ। ଏହି ଘଟଣାପରେ ସହିଦ୍ ପୁଅଙ୍କୁ ଝୁରିଝୁରି ମା ସୁନ୍ଦରୀ ଖୁଣ୍ଟିଆ ଆଜି ପୁର୍ବାହ୍ନରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ସୁଗାର ଓ ବ୍ଲଡ଼ପ୍ରେସର କମିଯିବାରୁ ସଂଜ୍ଞାହୀନ ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ଼ମେଡିକାଲର ଆଇସିୟୁରେ ସେ ଚିକିତ୍ସିତ ହେଉଥିବା ସମୟରେ ସୁନ୍ଦରୀଙ୍କ ମୃତ୍ୟୁ ହୋଇଥିଲା।
/sambad/media/post_attachments/wp-content/uploads/2023/08/dg4654g65ddgjgjddgj-750x430-1.jpg)
ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ଗୋଏଲକେରା ଥାନା ଅନ୍ତର୍ଗତ କୋହ୍ଲାଣ ଜଙ୍ଗଲରେ ଗତକାଲି କମ୍ବିଂ ଅପରେସନ ବେଳେ ସିଆର୍ପିଏଫ୍ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସିଆର୍ପିଏଫ୍ ୬୦ ବାଟାଲିଅନର ହେଡ୍ କନେଷ୍ଟବଳ ଆନନ୍ଦପୁର ପୌରାଞ୍ଚଳ ୪ନମ୍ବର ୱାର୍ଡର ସୁଶାନ୍ତ କୁମାର ଖୁଣ୍ଟିଆ (୩୩) ସହିଦ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Presentation2.jpg)