କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ଜେଲ ଭିତରେ ୮ ନମ୍ବର ୱାର୍ଡରେ ଖସି ପଡ଼ିବାରୁ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ କୀର୍ତ୍ତନ କିଷାନ(୬୭) ଏବଂ ତାଙ୍କ ଘର ତେଲକୋଇ ଥାନା କାଳିମା ଗାଁରେ । ୨୦୧୮ ଡିସେମ୍ବର ୧୨ତାରିଖରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗରେ ବିଚାରାଧୀନ କଏଦୀ ଭାବେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିଲେ ।

ଶନିବାର ସକାଳ ସମୟରେ ଚା ପିଇବାକୁ ଗ୍ଲାସ ନେଉଥିବା ବେଳେ ଗୋଡ ଖସି ଯିବାରୁ ପଡିଯାଇ ମୁଣ୍ଡ ପଛପଟ କାନ୍ଥରେ ମାଡ଼ ହୋଇଥିଲା । ବାମପଟ ମୁଣ୍ଡରୁ ରକ୍ତ ବାହାରୁଥିବାରୁ ସେଠାରୁ ତାଙ୍କୁ ମୁଖ୍ୟ ଡାକ୍ତରଖାନାକୁ ୬ଟା ୨୫ ମିନିଟ ସମୟରେ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ପୁଲିସ ଅପମୃତ୍ୟୁ ମାମଲା (କେସ ନଂ ୭୬) ରୁଜୁ କରି ତଦନ୍ତ କରୁଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ମାମଲାରେ ତାଙ୍କ ସ୍ତ୍ରୀ ଗୁମତି କିଷାନ ଓ ପୁଅ ରମେଶ କିଷାନ ବିଚାରଧିନ କଏଦୀ ଭାବେ ଜେଲରେ ଅଛନ୍ତି । ଅନ୍ୟ ଜଣେ ପୁଅ ଗଦାଧର କିଷାନ ଜାମିନରେ ଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର