‘ଗେଟ୍’ ବଦଳରେ ଓପିଏସ୍‌ସି ଆଧାରରେ ନିଯୁକ୍ତି ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ବେକାର ସିଭିଲ୍‌ ଇଂଜିନିୟର୍‌ ସଂଘ

ଭୁବନେଶ୍ବର : ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ନିଯୁକ୍ତି ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରଚଳିତ ପଦ୍ଧତିରେ ସଂଶୋଧନ ପରେ ବିବାଦ ଆରମ୍ଭ ହୋଇଛି। ନୂତନ ପଦ୍ଧତି ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ ଇନ୍ ଇଞ୍ଜିନିୟରିଂ (ଗେଟ୍) ସ୍କୋର୍‌ ଆଧାରରେ ନିଯୁକ୍ତି ନଦେଇ ପୂର୍ବଭଳି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଆଧାରରେ ନିଯୁକ୍ତି ଦେବାକୁ ‘ବେକାର ସିଭିଲ୍‌ ଇଞ୍ଜିନିୟର ସଂଘ’ ଦାବି କରିଛି। ଏହି ମର୍ମରେ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରେ ସଂଘର ଏକ ପ୍ରତିନିଧିଦଳ ମୁଖ୍ୟ ଶାସନ ସଚିବଙ୍କୁ ସଚିବାଳୟରେ ଭେଟି ଦାବିପତ୍ର ପ୍ରଦାନ କରିଥିଲା। ମୁଖ୍ୟ ଶାସନ ସଚିବ ଏହାକୁ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଘ କହିଛି।

ସମ୍ବନ୍ଧିତ ଖବର