ସଇନ୍ତଲା : ଇଞ୍ଜିନିୟରିଂ ପାଠ ପଢ଼ି ବି ଯୋଗ୍ୟତା ଭିତ୍ତିରେ ଚାକିରି ମିଳିଲାନି। ଯେକୌଣସି ମତେ ପାର୍ଟଟାଇମ୍ କାମ କରୁଥିଲେ। ତାହା ବି ଲକ୍ଡାଉନ୍ ଯୋଗୁଁ ହାତଛଡ଼ା ହୋଇଥିଲା। ଅନେକ ମାସ ଘରେ ରହିବା ପରେ ନିରାଶ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍ କୁଇକେଡ଼ା ପଞ୍ଚାୟତର ବିଟେକ୍ ଇଞ୍ଜିନିୟର ଅମିତ ସାହୁ। ଏହି ଘଟଣା ଜନମାନସକୁ ଦୋହଲାଇ ଦେବା ସହ ସରକାରୀ ବିଧି ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି।
ମୃତ ଅମିତଙ୍କ ପରିବାର ସୂତ୍ରରୁ ପ୍ରକାଶ ଯେ, ଅମିତ ଭୁବନେଶ୍ବରରେ ବିଟେକ୍ ପଢ଼ିଥିଲେ। ପାଠପଢ଼ା ପରେ ସେଠାରେ ହିଁ ଏକ ପାର୍ଟଟାଇମ କାମ କରି ଚାକିରି ଖୋଜୁଥିଲେ। ଲକ୍ଡାଉନ୍ ସମୟରେ ତାଙ୍କ ପାର୍ଟଟାଇମ୍ କାମ ବି ହାତରୁ ଯାଇଥିଲା। ନିରାଶ ହୋଇ ଘରକୁ ଫେରିଥିଲେ। ଘରେ ସବୁବେଳେ ଚିନ୍ତିତ ରହୁଥିଲେ। ମଙ୍ଗଳବାର ରାତିରୁ ସେ ନିଖୋଜ ହୋଇଯାଇଥିଲେ। ବୁଧବାର ସକାଳୁ ଗାଁର ଟିମାରମୁଡ଼ା ପୋଖରୀ ନିକଟ ଏକ ଗଛରେ ତାଙ୍କ ଶବ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ସଇନ୍ତଳା ଥାନା ବଡ଼ମାଲ ଫାଣ୍ଡି ପୁଲିସ ବୁଧବାର ଘଟଣାସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/suicide.jpg)