ଶୁଖୁଆପଡ଼ାରେ ୟୁନେସ୍କୋ ପ୍ରତିନିଧି ଦଳ

ଚଣ୍ଡିଖୋଲ: ତିନିଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆସିଥିବା ୟୁନେସ୍କୋର ଏକ ପ୍ରତିନିଧି ଦଳ ଆଜି ପ୍ରଥମ ଦିନରେ ବଡ଼ଚଣା ବ୍ଲକ ଶୁଖୁଆପଡ଼ା ଶିଳ୍ପୀଗ୍ରାମ ପରିଦର୍ଶନରେ ଆସି ପ୍ରସ୍ତରଶିଳ୍ପ କାର୍ଯ୍ୟସ୍ଥଳ ବୁଲି ଦେଖିଛନ୍ତି। ହସ୍ତଶିଳ୍ପ ସମ୍ପର୍କରେ ଶିଳ୍ପୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳରେ ଇଟାଲିର ମିଷ୍ଟର କାରଲୋ, ପଶ୍ଚିମବଙ୍ଗର ଚିରଞ୍ଜିତ ଗାଙ୍ଗୁଲି ଓ ମିସ ଐଶ୍ବରିୟାଙ୍କ ସମେତ ଗୁଜରାଟର ଡ. ଜୁଲ୍ଫି ସାମିଲ ଥିଲେ।

ପ୍ରତିନିଧି ଦଳ ଶୁଖୁଆପଡ଼ା ଗ୍ରାମର ମହିଳାମାନଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗନେଇ ସେମାନଙ୍କ ଜୀବନଜୀବିକା ସଂପର୍କରେ ପଚାରି ବୁଝିଥିଲେ। ଶୁଖୁଆପଡ଼ାର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଗ୍ରାମର ପୁରୁଖା ଲୋକଙ୍କଠାରୁ ପ୍ରସ୍ତର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିଥିଲେ। ଶୁଖୁଆପଡା ଗ୍ରାମର ପ୍ରସ୍ତର ଶିଳ୍ପୀମାନଙ୍କ ଦ୍ୱାରା ପଥର ନିର୍ମିତ ବିଭିନ୍ନ କଳାକୃତି ଦେଖିଥିଲେ। ଆଜି ଅପରାହ୍‌ଣ ୪ ଟାରେ ଏହି ପ୍ରତିନିଧି ଦଳ ୫୩ ନମ୍ବର ଜାତୀୟ ରାଜପଥର ବନ୍ଦରେଶ୍ୱର ଛକରେ ପହଞ୍ଚିବା ପରେ ଜିଲ୍ଲା ଓରମାସ ଅଧିକାରୀ କ୍ଷିତୀଶ ଚନ୍ଦ୍ର ବଳ, ଜିଲ୍ଲା ହସ୍ତଶିଳ୍ପ ଅଧିକାରୀ କମଳ ଲୋଚନ ସାହୁ, ବଡ଼ଚଣା ବ୍ଲକ ମିସନ ଶକ୍ତି ସଂଯୋଜକ ସୂର୍ଯ୍ୟ ନାରାୟଣ ଦାସ, ଲଗ୍ନଜିତ ମାହାଲା, ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ମହେଶ୍ୱର ଓଝା, ଶିଳ୍ପୀ ନିର୍ମଳ ମହାରଣା, କଳ୍ପତରୁ ମହାରଣା ଓ ଭାଗ୍ୟଧର ମହାରଣା ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର