ରାଉରକେଲା: ଗଞ୍ଜାମ ଜିଲ୍ଲାର ମଦ ମୃ୍ତ୍ୟୁ ଘଟଣା ପରେ ରାଜ୍ୟ ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ଚଢ଼ଉକୁ ଜୋରଦାର କରାଯାଇଛି। ସ୍ମାର୍ଟସିଟି ରାଉରକେଲା ଓ ଏହାର ଆଖପାଖର କିଛି ଢାବା ଓ ହୋଟେଲରେ ନକଲି ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ନିକଟରେ ଅବକାରୀ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରାଯାଇଥିଲା। ମଦ ବେପାରିମାନଙ୍କୁ ବାନ୍ଧି ଜେଲ୍ରେ ପୁରାଯାଇଛି। ତଥାପି ନକଲି ମଦ କାରବାର ରୋକାଯାଇପାରୁନି। ନକଲିମଦ ବୋତଲରେ ନାମିଦାମି ବ୍ରାଣ୍ଡର ଲୋଗୋ ଲାଗୁଥିବାରୁ ନିଶାଡ଼ିମାନେ କିଛି ଜାଣିପାରୁନାହାନ୍ତି। ବେପାରିମାନେ ମାର୍କେଟ ଦାମରେ ନକଲି ମଦ ବିକୁଛନ୍ତି। ରାଉରକେଲାର କିଛି ସ୍ଥାନରେ ନକଲି ମଦ ତିଆରି ହେଉଛି। ଆଉ କିଛି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁଗୁଡ଼ିକରୁ ପ୍ରସ୍ତୁତି ହୋଇ ଆସୁଥିବା ଜଣାପଡ଼ିଛି। ଯାହାର ଟେର୍ ପାଉନି ଅବକାରୀ ଓ ସ୍ଥାନୀୟ ପୁଲିସ। ସହରର ସଞ୍ଜୟ ମାର୍କେଟ ଏରିଆ, ରାଉରକେଲା ଡେଲିମାର୍କେଟ, ପାୱାର ହାଉସ୍ରୋଡ, ନୂଆ ବସ୍ଷ୍ଟାଣ୍ଡ, ଟ୍ରାଫିକ୍ ଗେଟ୍, ସେକ୍ଟର-୧୯ ଅନ୍ତର୍ଗତ ଗଜପତି ମାର୍କେଟ, ଫର୍ଟିଲାଇଜର, ବେଦବ୍ୟାସ, ନୟାବଜାର ଆଦି ଅଞ୍ଚଳରେ ଅନେକ ହୋଟେଲ ଓ ଢାବାଗୁଡ଼ିକରେ ବିନା ଲାଇସେନ୍ସରେ ମଦ ବିକ୍ରି ହେଉଛି। ଏସବୁ ସ୍ଥାନରେ ବିକ୍ରି ହେଉଥିବା ବିଦେଶୀ ମଦ ଅସଲି କି ନକଲି, ତା’ର ତଦନ୍ତ ହେବାର ଆବଶ୍ୟକତା ରହିଛି। ଯେଉଁମାନେ ଅସଲି ବିଦେଶୀ ମଦ ନାଁରେ ନକଲି ମଦ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ ଅବକାରୀ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ରାଉରକେଲା ସହର ନୁହେଁ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ବେଦବ୍ୟାସ, କଲୁଙ୍ଗା, ଲାଠିକଟା, ବିଶ୍ରା, ନୂଆଗାଁ, କୁଆରମୁଣ୍ଡା, ବଣାଇଁ, କୋଇଡା, ଲହୁଣିପଡା, ଗୁରୁଣ୍ଡିଆ ଆଦି ଅଞ୍ଚଳରେ କିଛି ଢ଼ାବାରେ ଅସଲି ବୋତଲରେ ନକଲି ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଢ଼ାବା ମାଲିକ ଓ ମଦ ବେପାରିମାନଙ୍କ ଭିତରି ସଲାସୁତୁରାରେ ମାସ ମାସ ଧରି ଏଭଳି ଚୋରା କାରବାର ଚାଲିଛି। ସ୍ଥାନୀୟ ପୁଲିସ ଅବକାରୀ ପୁଲିସ ପକ୍ଷରୁ ନିୟମିତ ବ୍ୟବଧାନରେ ଚଢ଼ଉ କରାଯାଉ ନଥିବାରୁ ଏସବୁ ଢ଼ାବା ମାଲିକ ଓ ମଦବେପାରିମାନଙ୍କ ଉପରେ ଏହାର କୌଣସି ଫରକ ପଡୁନି। ନକଲି ମଦ ବିକି ହୋଟେଲ ମାଲିକ ଓ ମଦ ବେପାରିମାନେ ମାଲେମାଲ୍ ହେଉଛନ୍ତି। ବେଳ ଥାଉ ଥାଉ ନକଲି ମଦ କାରବାରକୁ ରୋକା ନଗଲେ ଓଡ଼ିଶାରେ ଗଞ୍ଜାମ ମଦମୃତ୍ୟୁର ପୁନରାବୃତ୍ତି ସୁନ୍ଦରଗଡ଼ ଜିଲ୍ଲାର ହୋଇପାରେ, ଏଥିରେ ଦ୍ବିମତ ନାହିଁ। ଏ ସଂକ୍ରାନ୍ତରେ ରାଉରକେଲା ଅବକାରୀ ଅଧୀକ୍ଷକ ଶେଖ୍ ଆସିଫ୍ ଅଲ୍ଲୀଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁ ଢ଼ାବା ଓ ହୋଟେଲଗୁଡ଼ିକରେ ବେଆଇନ ମଦ ବିକ୍ରି କରାଯାଉଛି, ଏଣିକି ନିୟମିତ ବ୍ୟବଧାନରେ ଚଢ଼ଉ କରାଯିବ। ଯେଉଁମାନେ ନକଲି ଓ ଚୋରା ବିଦେଶୀ ମଦ ବିକୁଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଢାବାରେ ବିକ୍ରି ହେଉଛି ନକଲି ବିଦେଶୀ ମଦ! ବୋତଲରେ ନାମିଦାମି ବ୍ରାଣ୍ଡର ଲୋଗୋ
ସୁନ୍ଦରଗଡ଼ ଜିଲ୍ଲାର ସ୍ମାର୍ଟସିଟି ରାଉରକେଲା ଓ ଏହାର ଆଖପାଖର କିଛି ଢାବା ଓ ହୋଟେଲରେ ନକଲି ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ନିକଟରେ ଅବକାରୀ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରାଯାଇଥିଲା। ମଦ ବେପାରିମାନଙ୍କୁ ବାନ୍ଧି ଜେଲ୍ରେ ପୁରାଯାଇଛି।
/sambad/media/media_files/221moBcOTKQI5SBUNx0q.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)