ବରଗଡ଼: ପଦ୍ମପୁର ଉପନିର୍ବାଚନ ଲାଗି ପାଇକମାଳରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ପ୍ରଚାରକୁ ଓହ୍ଲାଇଛନ୍ତି। ସଭାସ୍ଥଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଉପସ୍ଥିତ ଅଛନ୍ତି।
ପୂର୍ବରୁ ବିଜେଡି ଏବଂ ବିଜେପି ମଧ୍ୟରେ ବରଗଡ଼-ନୂଆପଡ଼ା (ଭାୟା ପଦ୍ମପୁର) ରେଳଲାଇନ୍କୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।ସେହିଭଳି ଫସଲ ବୀମା ପ୍ରସଙ୍ଗରେ ଟଣାଓଟରା ପରିସ୍ଥିତି ଲାଗିଥିଲା ଉଭୟ ଦଳ ମଧ୍ୟରେ। ପରସ୍ପର ପରସ୍ପର ବିରୋଧରେ ଦୋଷ ଲଦିଥିଲେ। ଭୋଟର ଦ୍ବନ୍ଦ୍ବରେ ଅଛନ୍ତି, କିଏ ସତ କହୁଛନ୍ତି। ଏମିତି ସମୟରେ କେନ୍ଦ୍ରମନ୍ତ୍ରୀ ତୋମାର ପଦ୍ମପୁର ପ୍ରଚାର ସମୟରେ ଫସଲ ବୀମା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିପାରନ୍ତି। ଫସଲବୀମା କ୍ଷେତ୍ରରେ ସରକାରୀ ବୀମା କମ୍ପାନି ବଦଳରେ ରାଜ୍ୟ ସରକାର ଘରୋଇ ସଂସ୍ଥାକୁ ଦାୟିତ୍ବ ଦେବା କାରଣରୁ ବୀମା ଟଙ୍କା ମିଳିବାରେ ବିଳମ୍ବ ହୋଇଛି ବୋଲି କେନ୍ଦ୍ର ଯେଉଁ ଅଭିଯୋଗ କରିଥିଲା, ତାହାକୁ ତୋମାର ଅଧିକ ବଳ ଦେଇପାରନ୍ତି। ଏମିତିରେ ବି ବିଜେପି ନିର୍ବାଚନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ଉଜ୍ଜୀବିତ ରଖିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବ। ସେହିଭଳି ପ୍ରସ୍ତାବିତ ରେଳଲାଇନ୍ ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇନଥିବା ବିଜେପି ଅଭିଯୋଗ କରି ଆସୁଛି। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୂର୍ବରୁ ଥରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି। କାଲି ଆଉ ପାଦେ ଆଗକୁ ଯାଇ ଶ୍ରୀ ବୈଷ୍ଣବ ଏହି ପ୍ରସଙ୍ଗରେ ବିଜେଡିକୁ ଘେରିବା ସମ୍ଭାବନା ଅଧିକ।
ପାଇକମାଳରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ପଦ୍ମପୁର ଉପନିର୍ବାଚନ
/sambad/media/post_attachments/wp-content/uploads/2022/11/68d2a6bc-d7cb-4966-90fb-9a90d68f87ca.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)