ବରଗଡ଼: ରାଜ୍ଯ ସରକାରଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସମାଲୋଚନା କରିଛନ୍ତି। ପଦ୍ମପୁର ଉପନିର୍ବାଚନ ଲାଗି ପାଇକମାଳରେ ଆୟୋଜିତ ନିର୍ବାଚନୀ ସଭାରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି, ଫସଲ ବୀମା ଅର୍ଥ କେନ୍ଦ୍ର ସରକାର ରିଲିଜ କରିସାରିଛନ୍ତି। କିନ୍ତୁ ରାଜ୍ଯ ସରକାରଙ୍କ ଭୁଲ ପାଇଁ ଚାଷୀ ସେହି ଟଙ୍କା ପାଇନାହାନ୍ତି। ରାଜ୍ଯ ସରକାରଙ୍କ କାର୍ଯ୍ୟଶୈଳୀ ଧିମା। ସେଥିଲାଗି କୃଷକମାନେ ସେମାନଙ୍କର ପ୍ରାପ୍ୟ ପାଇବାରେ ବିଳମ୍ବରେ ଘଟୁଛି। ଓଡ଼ିଶାରେ ଯଦି ଡବଲ ଇଞ୍ଜିନ ସରକାର ଥାଆନ୍ତା, ତେବେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା। ଏଣୁ ଯଦି ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୁଅନ୍ତି, ତାହା ହେଲେ ଆଗାମୀ ନିର୍ବାଚନରେ ବିଜେଡି ଯାଉଛି ଓ ବିଜେପି ଆସୁଛି ଭଳି ଏକ ସନ୍ଦେଶ ଯିବ।
/sambad/media/post_attachments/wp-content/uploads/2022/11/ବରଗଡ଼.png)
ରାଜ୍ୟ ସରକାର ଫସଲ ବୀମା ନେଇ ସର୍ଭେ କରାଉନାହାନ୍ତ, ବରଂ ଫସଲ ବୀମା ନେଇ ଅପପ୍ରଚାର କରୁଛନ୍ତି। କୃଷକଙ୍କୁ ସେମାନଙ୍କର ସୁରକ୍ଷା କବଚ ସଦୃଶ ଫସଲ ବୀମା ଅର୍ଥ କିପରି ଶୀଘ୍ର ମିଳିବ, ସେଥିନେଇ ରାଜ୍ୟ ସରକାର ତତ୍ପର ହେବା ଉଚିତ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଜୟଯୁକ୍ତ କରାଇବାକୁ ସେ ନିବେଦନ କରିଛନ୍ତି।
ପଦ୍ମପୁର ଉପନିର୍ବାଚନ ଲାଗି ପାଇକମାଳରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ପ୍ରଚାରକୁ ଓହ୍ଲାଇଛନ୍ତି। ସଭାସ୍ଥଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/2ed3ab20-098e-49d4-9752-294e86a8ec1a.jpg)