ସମ୍ବଲପୁର : ଋଣ ପରିଶୋଧ କରିନପାରିବାରୁ ବ୍ୟବସାୟୀ କମଲ ଅଗ୍ରଓ୍ୱାଲଙ୍କ ୨୭ ଡିସମିଲ ଜମି ସହିତ ଏଠାରେ ଅବସ୍ଥିତ କୋଠାକୁ ଦଖଲ କରିଛି ୟୁନିୟନ ବ୍ୟାଙ୍କ। ବ୍ୟାଙ୍କର ଭାରପ୍ରାପ୍ତ ପ୍ରବର୍ତ୍ତନ ଅଧିକାରୀ ପ୍ରସନ୍ନ ସାହୁଙ୍କ ନେତୃତ୍ବରେ ଗଠିତ ଟିମ, କ୍ଷେତରାଜପୁର ଥାନା ଅଧିକାରୀ ମମତା ନାଏକ, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଜ୍ୟୋର୍ତିମୟୀ ମଲ୍ଲିକଙ୍କ ଉପସ୍ଥିତିରେ ଏହି ଅଧିଗ୍ରହଣ ହୋଇଥିଲା। ସୂଚନା ଅନୁଯାୟୀ, ପ୍ରାୟ ୧୫ ବର୍ଷ ପୂର୍ବରୁ ଏମଏସ ଜିଆର ଗ୍ରାଫାଇଟ ଇଣ୍ଡଷ୍ଟ୍ରି ମାଲିକ କମଳ ଅଗ୍ରଓ୍ୱାଲ ୧ କୋଟି ୭୦ ଲକ୍ଷ ୧୯ ହଜାର ୩୪୮ ଟଙ୍କାର ଋଣ ନେଇଥିଲେ। ଏଥିପାଇଁ ସେ ସମ୍ବଲପୁର ଟାଉନ ୟୁନିଟ ନମ୍ବର ୯, ପ୍ଲଟ ନମ୍ବର ୮୧୪/୨୧୦୯ ରେ ଅବସ୍ଥିତି ୨୭ ଡିସମିଲ ଜମି ଏବଂ କୋଠା ବନ୍ଧକ ରଖିଥିଲେ। ବାରମ୍ବାର ନୋଟିସ ଦିଆଯିବା ପରେ ମଧ୍ୟ ସେ ଋଣ ପରିଶୋଧ କରିନପାରିବାରୁ ସୁଧ ବୃଦ୍ଧି ପାଇବାରେ ଲାଗିଥିଲା। ବାଧ୍ୟ ହୋଇ ଏହି ସମ୍ପତ୍ତି ଅଧିଗ୍ରହଣ କରାଯାଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
ଋଣ ପରିଶୋଧ କରିନପାରିବାରୁ ବ୍ୟବସାୟୀଙ୍କ ଜମି ଓ କୋଠାକୁ ଅଧିଗ୍ରହଣ କଲା ୟୁନିୟନ ବ୍ୟାଙ୍କ
/sambad/media/post_attachments/wp-content/uploads/2020/01/union-bank.jpg)