ରାଉରକେଲା: ଆମ ପ୍ରତ୍ୟେକ ଭାରତୀୟଙ୍କ ଦାୟିତ୍ଵ ବଢ଼ିଯାଇଛି। ନିଜେ ପ୍ରତିଷ୍ଠିତ ହୋଇ ସମାଜର ବିକାଶ ପାଇଁ ନିଜର ଦାୟିତ୍ୱବୋଧକୁ ନିର୍ବାହ କରିବା। ସମସ୍ତେ ଆଗାମୀ ୨୫ ବର୍ଷ ଯାଏଁ ଦାୟିତ୍ଵ ନେବାକୁ ଆହ୍ବାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ ଆଇ ଟି )ର ୧୯ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଲେ, ପୁରୁଣା ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାର ଆବଶ୍ୟତା ଥିଲା। ଏହାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ନୂତନ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଏଥିରେ ସ୍ଥାନୀୟ ଭାଷା, ଟେକ୍ନୋଲୋଜି ଆଦିକୁ ବିଶେଷ ଧ୍ୟାନ ଦିଆଯାଇଛି, ଯାହାକି ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ କରିବ। ଅତ୍ୟାଧୁନିକ ଟେକ୍ନୋଲୋଜି " ବ୍ଲକ୍ ଚେନ୍ ଟେକ୍ନୋଲୋଜି" ମାଧ୍ୟମରେ ଛାତ୍ରମାନଙ୍କୁ ଡିଜିଟାଲ୍ ଡିଗ୍ରୀ ପ୍ରଦାନ କରାଯିବା ପ୍ରଶଂସନୀୟ ପଦକ୍ଷେପ। ଛାତ୍ରଛାତ୍ରୀ ଡିଗ୍ରି ପାଇଁ ଲଗଇନ୍ କରିବାମାତ୍ରେ ଓଟିପପି ମାଧ୍ୟମରେ ସହଜରେ ନିଜର ଡିଗ୍ରି ସାର୍ଡିଫିକେଟ୍ ପାଇପାରିବେ। ଏହା ଡକ୍ୟୁମେଣ୍ଟ୍ ଯାଞ୍ଚ ପ୍ରକ୍ରିୟାକୁ ସହଜ କରିବାସହ ଛାତ୍ରଛାତ୍ରୀ ସ୍ମାର୍ଟଫୋନ୍, ଲାପଟପ୍, ଡେସ୍କଟପ୍,ଟାବଲେଟ୍ ବ୍ୟବହାର କରି ଦୁନିଆର ଯେକୌଣସି ସ୍ଥାନରୁ ପାଇପାରିବେ। ଏହା ପୂର୍ଣ୍ଣ ଜୀବନ ପାଇଁ ଏକ ଡିଜିଟାଲ୍ ୱାଲେଟ୍ରେ ଗଚ୍ଛିତ ହୋଇରହିବ। ଏହି ଡିଜିଟାଲ୍ ୱାଲେଟ୍ ଅତ୍ୟନ୍ତ ସୁରକ୍ଷିତ। ଏହାକୁ ଛାତ୍ରଛାତ୍ରୀ ସହଜରେ ସମ୍ଭାବ୍ୟ ନିଯୁକ୍ତିଦାତାଙ୍କୁ ସହଜରେ ପ୍ରେରଣ କରିପାରିବେ ବୋଲି ସେ କହିଥିଲେ।
/sambad/media/post_attachments/wp-content/uploads/2022/08/dh8.jpg)
ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଏନଆଇଟି ନିର୍ଦ୍ଦେଶକ ତଥା ବୋର୍ଡ ଅଫ ଗଭର୍ନର୍ଷ ଅଧକ୍ଷ ପ୍ରଫେସର କେ. ଉମାମହେଶ୍ୱର୍ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
ଉତ୍ସବରେ ମୋଟ୍ ୧୫୫୫ ଜଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯଇଥିଲ। ଏଥିରେ ୮୫୯ ସ୍ନାତକୋତ୍ତର, ୬୦୮ ପୋଷ୍ଟ ଗ୍ରାଜୁଏଟ୍ ଓ ୮୮ ପିଏଚ୍ଡି ଛାତ୍ରଛାତ୍ରୀ ଅଛନ୍ତି। ୬୭୫ ଜଣ ବି.ଟେକ୍ ଛାତ୍ରଛାତ୍ରୀ ଥିବାବେଳେ ୧୭ ଜଣ ବି.ଆର୍କିଟେକ୍ଚର, ୧୨୦ ଜଣ ଡୁଆଲ ଡିଗ୍ରୀ, ୪୭ ଜଣ ଇଣ୍ଟଗ୍ରେଟେଡ୍ ଏମ୍ଏସ୍ସି, ୪୨୯ ଜଣ ଏମ.ଟେକ୍, ୧୪୬ ଜଣ ଏମ.ଏସ୍ସି, ୧୯ ଜଣ ଏମ୍ବିଏ, ୧୩ ଜଣ ଏମ୍ଏ, ଜଣେ ଏମ.ଟେକ୍ ରିସର୍ଚ୍ଚ୍ ଓ ୮୮ ଜଣ ପିଏଚ୍ଡି ଡିଗ୍ରିଧାରୀ ଅଛନ୍ତି। ଏହାସହ ୬ ଟି ଅନୁଷ୍ଠାନ ସ୍ୱର୍ଣ୍ଣ ପଦକ, ପାଞ୍ଚଟି ଏନ୍ଡାଓମେଣ୍ଟ୍ ସ୍ୱର୍ଣ୍ଣ ପଦକ, ୭୦ ଜଣ ବ୍ରାଞ୍ଚ୍ ଟପ୍ପର, ଶାଖା-ଟପ୍ପର ପଦକ, ଏନ୍ଡାଓମେଣ୍ଟ୍ କ୍ୟାସ ଆୱାର୍ଡ ଓ ୧୧ ଜଣ ପୁରାତନ ଛାତ୍ରଙ୍କୁ ‘ବିଶିଷ୍ଟ ଆଲୁମନାସ୍ ପୁରସ୍କାର’ରେ ସମ୍ମାନିତ କରାଯିବ।
/sambad/media/post_attachments/wp-content/uploads/2022/08/dh.jpg)
ବିଶିଷ୍ଟ ଆଲୁମନାସ୍ ପୁରସ୍କାର ପାଇବାକୁଥିବା ଅନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀ ମାନେ ହେଉଛନ୍ତି, ଆଇଆଇଟି ଖଡ଼ଗପୁରର ମେକାନିକାଲ ଇଞ୍ଜିନିଅରିଂ ବିଭାଗ ମୁଖ୍ୟ ପ୍ରଫେସର ଅମୀୟ ରଞ୍ଜନ ମହାନ୍ତି(୧୯୮୬ ବ୍ୟାଚ୍), ଆଇଆଇଟି ଦିଲ୍ଲୀର ପ୍ରଫେସର ଲଳିତ ମୋହନ ଦାସ(୧୯୭୦ ବ୍ୟାଚ୍), ଆଇଆଇଟି ଗୋଆର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ ସାଇନ୍ସେସ୍ର ପ୍ରଫେସର ତଥା ଡିନ୍ ପ୍ରଫେସର ବିଦ୍ୟାଧର ସୁବୁଦ୍ଧି(୧୯୮୮ ବ୍ୟାଚ୍), ୟୁନିଭର୍ସିଟି ଅଫ୍ ନେଭାଡ଼ା, ୟୁଏସ୍ଏର ପ୍ରଫେସର ମନୋଜ ମହାନ୍ତି(୧୯୮୫ ବ୍ୟାଚ୍), ନାଲକୋର ପୂର୍ବତନ ଅଧ୍ୟକ୍ଷ ଚିତ୍ତରଞ୍ଜନ ପ୍ରଧାନ(୧୯୭୦), ବିଶିଷ୍ଟବୈଜ୍ଞାନିକ ପ୍ରବୁଧ ରଞ୍ଜନ ମହାନ୍ତି(୧୯୭୬ ବ୍ୟାଚ୍), ବରିଷ୍ଠ ଆଏଏସ୍ ନିକୁଞ୍ଜ ବିହାରୀ ଧଳ(୧୯୯୩ ବ୍ୟାଚ୍), ଭାରତ ସରକାରଙ୍କ ଖଣି ସୁରକ୍ଷା ବିଭାଗର ଡିରେକ୍ଟର ଜେନେରାଲ ପ୍ରଭାତ କୁମାର(୧୯୮୬ ବ୍ୟାଚ୍), ଶ୍ରୀ ତିରୁପତି ବାଲାଜୀ ଆଗ୍ରୋ ଟ୍ରେଡିଂ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ବିନୋଦ ଅଗ୍ରୱାଲ(୧୯୮୫ ବ୍ୟାଚ୍), ଦକ୍ଷିଣ ପୂର୍ବା କୋଲ୍ଫିଲ୍ଡ ଲିମିଟେଡ୍, ବିଲାଶପୁରର ନିର୍ଦ୍ଦେଶକ ସନ୍ତୋଷ ପାଲ(୧୯୮୫ ବ୍ୟାଚ୍) ଏବଂ ଏନ୍ଆଇଟିଆର୍ଓଏଏର ପ୍ରଥମ ସଭାପତି ସନ୍ଦୀପ ଦାସବର୍ମା(୧୯୬୫) ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/58a332d9-7fc7-4a49-8aad-9b0cf415390b.jpg)