ରାଉରକେଲା: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳ ପ୍ରାୟ ସାଢେ ଆଠଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଜିଲ୍ଲା ସଭାନେତ୍ରୀ ଲତିକା ପଟନାୟକ, ଧୀରେନ ସେନାପତି ଓ ନିହାର ରାୟ ପ୍ରମୁଖଙ୍କ ସମେତ ଶତାଧିକ ନେତା ଓ କର୍ମୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ବାଜା ଓ ନାଚଗୀତରେ କମ୍ପିଥିଲା ରାଉରକେଲା ରେଳ ଷ୍ଟେସନ। ସେଠାରୁ ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ବାଇକରାଲିରେ ରାଉରକେଲା ହାଉସ ପ୍ରର୍ଯ୍ୟନ୍ତ ପାଛୋଟି ନେଇଥିଲେ। ସକାଳ ୯ଟା ୧୫ ମିନିଟରେ ରାଉରକେଲା ରେଲୱେ ଷ୍ଟେସନରେ ହର ଘର ତ୍ରିରଙ୍ଗା ପ୍ରଦର୍ଶନୀକୁ ଉଦଘାଟନ କରିବେ। ସକାଳ ୯ଟା ୪୫ ମିନିଟରେ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।
ଏହାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବାହ୍ନ୧୧ଟା ୩୦ ମିନିଟରେ ବିର୍ସାମୁଣ୍ଡା ଛକ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେବେ। ଶୋଭାଯାତ୍ରା ରାଉରକେଲା ମୁଖ୍ୟ ମାର୍ଗ ଦେଇ ପାନପୋଷସ୍ଥିତ ଦ୍ୱିତୀୟ ବ୍ରାହ୍ମଣୀ ପୋଲ ନିକଟରେ ଶେଷ ହେବ। ଶୋଭାଯାତ୍ରାରେ ପାଖାପାଖି ୩ ହଜାର ବାଇକ ସାମିଲ ହେବ। ଅପରାହ୍ନ ୨ଟା ୪୫ ମିନିଟରେ ସେ ରାଉରକେଲା ବଣିକ ସଂଘର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୪ଟା ୧୫ ମିନିଟରେ ସୁନ୍ଦରଗଡ଼ରେ ଆୟୋଜିତ ତ୍ରିରଙ୍ଗା ରାଲିରେ ସାମିଲ ହୋଇ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/803e1d6e-f99a-4311-b34c-a30dc4ee34d4.jpg)