ପୁରୀ: ପୁରୀରେ ତିନିଦିନିଆ ଅନ୍ତର୍ଜାତୀୟ ଲକ୍ଷ୍ମୀ ପୁରାଣ ସତ୍ର ଶୁଭାରମ୍ଭ ହୋଇଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସରରେ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

publive-image
ପୁରୀ ସଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର। ୧୦୦କୋଟିର ପ୍ରକଳ୍ପ ଶିଳନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।କେନ୍ଦ୍ର ସରକାର ସମସ୍ତ ଟଙ୍କା ମଞ୍ଜୁର କରିବା ସହ ପ୍ରଶାସନ ଦେଇଥିବା ଜାଗାକୁ ଅନୁଧ୍ୟାନ କରିଛନ୍ତି। ସେଥିରେ ୮ମହଲା ବିଶିଷ୍ଟ ପ୍ରାଶାସନିକ ଓ ଶୈକ୍ଷିକ ଭବନ,୫ ମହଲା ବିଶିଷ୍ଟ ଓ ୩୦୦ କ୍ଷମତାସମ୍ପନ୍ନ ମହିଳା ଛାତ୍ରାବାସ ଓ ୩୦୦ ଜଣ କ୍ଷମତା ସମ୍ପନ୍ନ ପୁରୁଷ ଛାତ୍ରାବାସ ସହ ୫ ମହଲା ବିଶିଷ୍ଟ ଅତିଥି ଭବନର ଶିଳାନ୍ୟାସ ଉତ୍ସବ ହୋଇଛି।ଜାତି ପ୍ରଥାରୁ ଉର୍ଦ୍ଧ୍ୱରୁ ଉଠି ଏକ ସୁସ୍ଥ ସବଳ ସମାଜ ଗଠନ ପାଇଁ ସେମିନାରରେ ଆଲୋଚନା ହେବ। ଭକ୍ତି, ଆରାଧନା,ଉପାସନା ଓ ପ୍ରାର୍ଥନା ମାଧ୍ୟମରେ ସମାଜରେ ଶୃଙ୍ଖଳା କିପରି ଆସିପାରିବ ସେନେଇ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ନାରୀ ସଶକ୍ତିକରଣ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳର ମଙ୍ଗଳ ଆଳତି ଦର୍ଶନ କରି ସାରିବାପରେ ଏହି ଗସ୍ତରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଆଲୋଚନା ଚକ୍ରରେ ଭାଗନେଇଛନ୍ତି।