କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ୩ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ବର : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ୩ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ ଶୁକ୍ରବାର ସଂଧ୍ୟାରେ ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଆସନ୍ତାକାଲି ସକାଳେ ସେ ତାଳଚେର ଗସ୍ତ କରିବେ। ଅପରାହ୍ନରେ ଏମ୍‌ସ ପରିଦର୍ଶନ କରିବେ। ଏମ୍‌ସରେ ପ୍ରସ୍ତୁତ ଥିବା ଏନ୍‌ଟିପିସି ବର୍ଣ୍ଣ ସେଣ୍ଟର ଉଦ୍‌ଘାଟନ ଓ ପରେ କ୍ରିଟିକାଲ କେୟାର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପରେ ଭୁବନେଶ୍ବର ଏମ୍‌ସର ଏକ ଦଶନ୍ଧିର ଯାତ୍ରା ସଂପର୍କିତ ପ୍ରଦର୍ଶନୀକୁ ମଧ୍ୟ ଉଦ୍‌ଘାଟନ କରିବେ। ସଂଧ୍ୟାରେ ଆରଏମ୍‌ଆରସି ଭୁବନେଶ୍ବର ପରିସରରେ ଆନେକ୍ସ ବିଲ୍ଡିଂ ଉଦ୍‌ଘାଟନ, ସ୍କୁଲ ଅଫ୍ ପବ୍ଲିକ୍ ହେଲ୍‌ଥ ଓ ବିଏସ୍‌ଏଲ-୩ ପରୀକ୍ଷାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର