ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଵାଡ଼ା ଗସ୍ତରେ ଆସି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଦିବାସୀଙ୍କ ଲୋକ ମହୋତ୍ସବ ‘ବସ୍ତର ପାଣ୍ଡୁମ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ମହୋତ୍ସବକୁ ଜାତୀୟସ୍ତରର ମହୋତ୍ସବରେ ପରିଣତ କରିବାକୁ ଶ୍ରୀ ଶାହ ଘୋଷଣା କରିଛନ୍ତି। ମଞ୍ଚରେ ନିଜ ବକ୍ତବ୍ୟରେ ଶାହ ନକ୍ସଲଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ। କହିଥିଲେ, ଆତ୍ମସମର୍ପଣ କର ଓ ବନ୍ଧୁକ ଛାଡ଼। ସରକାରଙ୍କ ସମସ୍ତ ସୁବିଧା ପାଅ। ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏଥି ସହିତ ନକ୍ସଲ ମୁକ୍ତ ଗାଁଗୁଡ଼ିକୁ ୧ କୋଟି ଟଙ୍କାର ସହାୟତା ଯୋଗାଇ ଦେବା ପାଇଁ ଶାହ ଘୋଷଣା କରିଥିଲେ।
ନକ୍ସଲ ମୁକ୍ତ ଗାଁକୁ ୧କୋଟି ସହାୟତା ଘୋଷଣା
୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡ଼କୁ ମାଓ ମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ମାଓ ଦମନ ଅଭିଯାନରେ ବ୍ୟାପକ ଫୋର୍ସ ମୁତୟନ ସହ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ବ ଦେଉଛନ୍ତି ସରକାର। ଗ୍ରାମର ବିକାଶରେ ଛତିଶଗଡ଼ ପରିଚୟ ବଦଳିବ ବୋଲି ସେ କହିଥିଲେ। ନକ୍ସଲ ବନ୍ଧୁକ ଛାଡ଼ିଲେ ସମ୍ମାନର ସହ ମୁଖ୍ୟଧାରାରେ ସେମାନଙ୍କୁ ଜଡ଼ିତ କରାଯିବ। ଆଦିବାସୀଙ୍କ ବିକାଶକୁ ସରକାର ସବୁବେଳେ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିବା ସହ ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ରାଷ୍ଟ୍ରପତି ପଦବିରେ ଜଣେ ଆଦିବାସୀ ନେତ୍ରୀ ଅଛନ୍ତି। ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ ସମ୍ପ୍ରଦାୟର। ନକ୍ସଲଙ୍କ ଶାନ୍ତି ପ୍ରସ୍ତାବ ଉପରେ ସେ କୌଣସି ଟିପ୍ପଣୀ ରଖିନଥିଲେ। ତୁରନ୍ତ ଆତ୍ମସମର୍ପଣ କରି ବାକି ଜୀବନ ସୁଖରେ କଟାନ୍ତୁ ବୋଲି ଶାହ ନକ୍ସଲଙ୍କୁ ଆହ୍ବାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/07/4jlxuDXxsoOcxUTzuW8Z.jpg)