ଆଜି ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଭୁବନେଶ୍ବର ଡିସିପି

କାଲି ସକାଳୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ ଅମିତ ଶାହ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥି ପାଇଁ କମିସନରେଟ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଡିସିପି ପ୍ରତୀକ ସିଂହ ଆଜି ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ବିମାନବନ୍ଦର ଯାଞ୍ଚ ପରେ ଡିସିପି କହିଛନ୍ତି ଯେ, ଗୃହମନ୍ତ୍ରୀଙ୍କ ଗସ୍ତ ଲାଗି ୨୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ । ଅମିତ ଶାହଙ୍କ କାରକେଡରେ ରହିବ ୩୦ଟି ଗାଡ଼ି ରହିବ। ଏଥିରେ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଗାଡ଼ି ଓ ଜାମର ରହିବ । ଆଜି ବିମାନବନ୍ଦରରୁ ମେ ଫେୟାର ଓ ମେ ଫେୟାରରୁ ଲିଙ୍ଗରାଜ ମନ୍ଦିର ଯାଏଁ କାରକେଡ଼ ରିହରସଲ କରିଛି କମିସନରେଟ ପୁଲିସ । ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ ସମ୍ମୁଖରେ ହୋଇଛି ବାରିକେଡ ରିୟଲସଲ ।

ସୂଚନା‌େଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ୮ ତାରିଖ ସକାଳେ ରାଜଧାନୀରେ ଲିଙ୍ଗରାଜ ଦର୍ଶନ କରିବେ। ଏହାପରେ ତାଙ୍କର କଟକରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖ ପୂର୍ବାହ୍ନ ୧୧ଟାରେ କଟକର ଇନଡୋର୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଦିବସରେ ଯୋଗଦେବେ। ଏହାଛଡ଼ା ଅମିତ ଶାହା ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ବି ଯୋଗ ଦେବେ। ସେ ଅପରାହ୍ନ ୫ଟାରେ ମୋଦୀ@20 ଡିଜିଟାଲ ଇଣ୍ଡିଆର ଉନ୍ମୋଚନ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ୬ଟା୧୫ରେ ଭୁବନେଶ୍ୱର ଛାଡ଼ିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର