ତୁମୁଡ଼ିବନ୍ଧ/ବାଲିଗୁଡ଼ା : କନ୍ଧମାଳ ଗସ୍ତରେ ଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଆଜି ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପୀଠରେ ପହଞ୍ଚିଥିଲେ। ସେଠାରେ ସ୍ୱାମୀଜୀଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ସଂସ୍କୃତ କନ୍ୟାଶ୍ରମ ଛାତ୍ରୀଙ୍କ ସହ କିଛି ସମୟ ଭାବର ଆଦାନପ୍ରଦାନ କରିଥିଲେ। ପ୍ରଥମ ଦିନରେ ସେ ଦଶପଲ୍ଲା, ବୌଦ୍ଧ, କଣ୍ଟାମାଳ ବିଧାନସଭା ମଣ୍ଡଳୀରେ ସଞ୍ଚାଳନ ଓ କୋର କମିଟିରେ ଉପସ୍ଥିତ ରହିଥିବା ବେଳେ ଆଜି ଘୁ.ଉଦୟଗିରି ଓ ବାଲିଗୁଡ଼ା ବିଧାନସଭା ମଣ୍ଡଳୀରେ ଥିବା ସଞ୍ଚାଳନ ଓ କୋର କମିଟି ବୈଠକରେ ଯୋଗ ଦେଇଥିଲେ।
ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟଙ୍କ ସମେତ ରାଜ୍ୟ ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର, ଲୋକସଭା କ୍ଷେତ୍ର ପ୍ରଭାରୀ ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ବନ ମହାନ୍ତି, ଦେବେନ୍ଦ୍ର କୁଦେଇ, ପଦ୍ମଚରଣ ଦାଶ ସମେତ ବିଭିନ୍ନ ମଣ୍ଡଳ ଓ ବୁଥ୍ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଦେଶରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେ ଠାରୁ ରାଜନୀତି ପ୍ରସ୍ତୁତ ଜୋରଦାର ହୋଇଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦୁଇଦିନିଆ କନ୍ଧମାଳ ଲୋକସଭା କ୍ଷେତ୍ରରେ ଆସି ପହଞ୍ଚିବା ଅଧିକ ଗୁରୁତ୍ୱ ବହନ କରୁଛି।
ସେହିପରି ବାଲିଗୁଡ଼ାସ୍ଥିତ ଗାୟତ୍ରୀ ମନ୍ଦିର କଲ୍ୟାଣମଣ୍ତପ ଠାରେ ଅନୁଷ୍ଠିତ ସଂଚାଳନ ସମିତି ଓ କୋର୍ କମିଟି ବୈଠକରେ ମଧ୍ୟ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, କନ୍ଧମାଳ ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର, ସଂଯୋଜକ ରମେଶ ମହାନ୍ତି, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ, ସୁକାନ୍ତ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ପ୍ରମୁଖ ମଞ୍ଚାସୀନ ଥିଲେ। ଆସନ୍ତା ୨୦୨୪ ନିର୍ବାଚନରେ ରଖି ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଏକାଠି ମିଳିମିଶି ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/kandhamal-dd.jpg)