୧୮ରେ ଆସିବେ ରବିଶଙ୍କର ପ୍ରସାଦ

ଭୁବନେଶ୍ୱର : କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବେ। ସେ ୧୮ ତାରିଖରେ ଭୁବନେଶ୍ୱରରେ ପହଞ୍ଚି ରାତ୍ରିଯାପନ କରିବେ। ୧୯ ତାରିଖ ସକାଳେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ କଟକ ଯିବେ। କଟକ ସିଡିଏସ୍ଥିତ ଓଡ଼ିଶା ଜୁଡିସିଆଲ୍‌ ଏକାଡେମି ସଂଲଗ୍ନ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ଆୟକର ଆପିଲେଟ୍‌ ଟ୍ରିବ୍ୟୁନାଲ୍‌ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବେ। ସେହି ଦିନ ସନ୍ଧ୍ୟାରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ସମ୍ବନ୍ଧିତ ଖବର