ନୂଆଦିଲ୍ଲୀ/କଟକ/ଭୁବନେଶ୍ୱର: ବର୍ତ୍ତମାନ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ କୌଣସି ପୁର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖରେ ବିଚାରାଧୀନ ନାହିଁ। ପଶ୍ଚିମ ଓଡିଶା‌ରେ ହାଇକୋର୍ଟ ସ୍ଥାପନକୁ ନେଇ ଜୁଲାଇ ୩୧,୨୦୨୩ରେ ଲୋକସଭାରେ ନିୟମ ୩୭୭ ଅର୍ନ୍ତଗତ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ପ୍ରସଙ୍ଗରେ ସାଂସଦଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ।

Advertisment

ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଅର୍ଜୁନ ମେଘୱାଲ ଚିଠି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସରକାର ହାଇକୋର୍ଟ ବେଞ୍ଚ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପଟରେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶରେ ପ୍ରସ୍ତାବିତ ବେଞ୍ଚ ପାଇଁ ସ୍ଥାନ ସହିତ ଅନ୍ୟ ବିବରଣୀ ପ୍ରଦାନ କରନ୍ତୁ। ମାତ୍ର ଏ ନେଇ ରାଜ୍ୟ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ବର୍ତ୍ତମାନ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୀଠର ପ୍ରତିଷ୍ଠା ସଂପର୍କରେ କୌଣସି ପୂର୍ଣ୍ଣ ପ୍ରସ୍ତାବ ସରକାରଙ୍କ ପାଖକୁ ଆସିନାହିଁ।

ସୂଚନାଯୋଗ୍ୟ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦୁଇ ଦଶନ୍ଧି ଧରି ଦାବି ହୋଇ ଆସୁଛି। ମାତ୍ର ଏହା ହୋଇ ନପାରିବାରୁ ଉଭୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଲୋକେ ଶହଶହ କିଲୋମିଟର ଦୂରରୁ କଟକ ଦୌଡ଼ିଦୌଡ଼ି ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ପ୍ରସଙ୍ଗରେ ଅତୀତରେ ‌ଅନେକ ବିବାଦ ଦେଖାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି।