ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

ଯାଜପୁରଟାଉନ/ସଦର/ ବିଂଝାରପୁର: ଦୁଇଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଯାଜପୁର ନିର୍ବାଚନ ମଣ୍ଡଳୀ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବୁଥ୍ ସ୍ତରରୁ ଦଳକୁ ମଜଭୁତ କରିବା ପାଇଁ ପରାମର୍ଶ ଦେବା ସହ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଯାଜପୁର ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ରାଜ୍ୟ ବିଜେପି ସମ୍ପାଦିକା ସିପ୍ରା ବାଜପେୟୀ, ବିଜେପି ଯାଜପୁର ଜିଲ୍ଲା ପ୍ରଭାରୀ ସାରଦା ଶତପଥୀ, ବରିଷ୍ଠ ବିଜେପି ନେତା ଡ. ରବିନାରାୟଣ ବେହେରା, ଅମିୟକାନ୍ତ ମଲ୍ଲିକ, ସୁକିନ୍ଦା ବିଜେପି ନେତା ପ୍ରଦୀପ ବଳସାମନ୍ତ, ବରୀ ବିଜେପି ନେତା ଉମେଶ ଚନ୍ଦ୍ର ଜେନା, ବଡ଼ଚଣା ବିଜେପି ନେତା ତଥା ରାଜ୍ୟ ସମ୍ପାଦକ ଅମର ନାୟକ, କୋରେଇ ବିଜେପି ନେତା ବିଶ୍ୱଜିତ ନାୟକ, ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ରାଜ୍ୟରେ ବିଜେଡି ସରକାର ଜନ ବିରୋଧୀ କାର୍ଯ୍ୟ କରୁଛି ବୋଲି କହିଥିଲେ। କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଦିପ୍ତ ପଣ୍ଡା, ରମେଶ ଚନ୍ଦ୍ର ସାମଲ, ସୁବାସ ଚନ୍ଦ୍ର ମହାନ୍ତି, ଯାଜପୁର ନଗର ବିଜେପି ସଭାପତି ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ବିଂଝାରପୁର ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତାଉଁତରା ଛକରେ ବିଜେପି ନେତା ଓ କର୍ମୀମାନେ ମନ୍ତ୍ରୀ ଶ୍ରୀ ମୁଣ୍ତାଙ୍କୁ ସ୍ବାଗତ କରିଥିଲେ। ପରେ ମନ୍ତ୍ରୀ ସିଂହପୁରସ୍ଥିତ ଦରିଆ ନାହାକାଣି ପୀଠରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ନେତ୍ରୀ ସିପ୍ରା ବାଜପେୟୀ, ବିଜେପି ନେତ୍ରୀ ବବିତା ମଲ୍ଲିକ, ବରିଷ୍ଠ ବିଜେପି ନେତା ଅମିୟ ମଲ୍ଲିକ, ପ୍ରଭାରୀ ସୁରଜଲାଲ ସାମଲ, ରାଧାମାଧବ ପରିଡ଼ା, ରବୀନ୍ଦ୍ର ନାରାୟଣ ବେହେରା, ନିରଞ୍ଜନ ବେଉରିଆ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର