ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କ ବିୟୋଗରେ ଶୋକ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ-୩୨ରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବାଲିଆପାଲି ଅଞ୍ଚଳର ଫ୍ଲାଇଟ୍‌ ଲେଫ୍‌ଟନାଣ୍ଟ୍‌ ସୁନୀତ ମହାନ୍ତିଙ୍କ ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ଜଣାଇଛନ୍ତି। ଏହି ଦୁର୍ଘଟଣା ଓଡିଶା ପାଇଁ ଯନ୍ତ୍ରଣାଦାୟକ ବୋଲି ସେ ଟୁଇଟ୍‌ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମରଆତ୍ମାର ସଦଗତି କାମନା କରୁଛି, ଶ୍ରୀ ପ୍ରଧାନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଶୋକ ଜଣାଇଛନ୍ତି। ନବୀନ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତ ପାଇଲଟଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ନବୀନ ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ ବାୟୁସେନା, ସ୍ଥଳସେନା ଓ ନୌସେନା ଦ୍ୱାରା ଦୀର୍ଘ ୮ ଦିନର ସର୍ଚ୍ଚ ଅପରେସନ ପରେ ଏଏନ୍‌-୩୨ ବିମାନର ଭଗ୍ନାବଶେଷ ଜୁନ ୧୧ ତାରିଖରେ ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରୁ ମିଳିଥିଲା। ମାତ୍ର ସେଦିନ ଯବାନ ମାନଙ୍କ ମୃତଦେହ ବିମାନ କିମ୍ବା ବିମାନ ନିକଟରେ ଦେଖିବାକୁ ମିଳି ନଥିଲା। ଏଏନ୍‌-୩୨ର ଭଗ୍ନାବ ଶେଷ ମିଳିବାର ଦିନକ ପରେ ବାୟୁସେନା ୧୩ ଜଣ କ୍ରିୟୁ ମେମ୍ବରଙ୍କ ମୃତଦେହ ମିଳିଥିବା ସ୍ପଷ୍ଟ କରିଛନ୍ତି।

ଭାରତୀୟ ବାୟୁସେନାର ବିମାନ ଚଳିତ ମାସ ୩ ତାରିଖରେ ଆସାମର ଜୋରହାଟ ଠାରୁ ଅପରାହ୍ଣରେ ଉଡାଣ ଆରମ୍ଭ କରିଥିଲା। ଏହି ବିମାନ ଅରୁଣାଚଳ ପ୍ରଦେଶ ଅଭିମୁଖେ ଉଡ଼ିଥିବା ବେଳେ, ଗନ୍ତବ୍ୟସ୍ଥଳରେ ଠିକ ସମୟରେ ନ ପହଂଚିବାରୁ ବାୟୁସେନା ନିଖୋଜ ନେଇ ସନ୍ଦେହ ପ୍ରକଟ କରିଥିଲା। ଏହା ପରେ ସର୍ଚ୍ଚ ଅପରେସନ ଚଳାଇଥିଲା।

ସମ୍ବନ୍ଧିତ ଖବର