୨ ଅଗ୍ନିଶମ କର୍ମଚାରୀଙ୍କ ସାହସିକତାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଗ୍ନିଶମ ଡିଜିଙ୍କ ପ୍ରଶଂସା

ଛତ୍ରପୁର : ଋଷିକୁଲ୍ୟାର ପ୍ରଖର ବନ୍ୟାଜଳ ସ୍ରୋତରେ ଭାସି ଯାଉଥିବା ଛତ୍ରପୁର ବ୍ଲକ୍ ମୁନିଷିପେଣ୍ଠ ଗ୍ରାମର ବାବୁଲି ବେହେରାଙ୍କୁ ୫ କିଲୋମିଟର ପହଁରି ଜୀବିତାବସ୍ଥାରେ ଉଦ୍ଧାର କରି ଛତ୍ରପୁର ଅଗ୍ନିଶମ ବିଭାଗର ଦୁଇ କର୍ମଚାରୀ ତପନ ବେହେରା ଓ କାହ୍ନୁ ଶ୍ରୀଚନ୍ଦନ ପରିଡ଼ା ସାହସିକତାର ପରିଚୟ ଦେଇଛନ୍ତି। ଉଭୟଙ୍କ ଏହି ଦୁଃସାହସିକ କାର୍ଯ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ ମହାନ୍ତି ଟ୍ବିଟ୍‌ କରି ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି।

ସେହିପରି ଛତ୍ରପୁରର ସହରର ବୁଦ୍ଧିଜୀବୀ ଓ କ୍ରୀଡ଼ାବିତ୍ ମଧ୍ୟ ସେମାନଙ୍କ ସାହସିକତା ସଭିଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି। ବାବୁଲି ଗତକାଲି ସକାଳେ ହଠାତ୍ ଋଷିକୁଲ୍ୟାର ପ୍ରଖର ସ୍ରୋତରେ ଭାସି ଯାଉଥିଲେ। ତାଙ୍କୁ ଉଦ୍ଧାର କରିବା ଲାଗି ତପନ ଓ କାହ୍ନୁ ଗଭୀର ପାଣିରେ ଲମ୍ଫ ମାରି ୫ କିଲୋମିଟର ପର୍ଯ୍ୟନ୍ତ ପହଁରିଥିଲେ। ଶେଷରେ ସେମାନେ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନିକଟରେ ବାବୁଲିଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର