ଅନୁଗୁଳ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅସୁସ୍ଥତାର କାରଣରୁ ଆଜି ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତକାଲି ଆଠମଲ୍ଲିକ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବାମୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପରେ ତାଳଚେର ଗସ୍ତରେ ଯାଇଥିଲେ। ସେଠାରେ ‌େସ ବରିଷ୍ଠ ବିଜେପି ନେତା କାଳନ୍ଦୀ ସାମଲ ମା’ଙ୍କ ଏକାଦଶାହ ଭୋଜିରେ ସାମିଲ ହୋଇଥିଲେ। କାଳନ୍ଦୀଙ୍କ ସନ୍ଥପଡ଼ା ବାସଭବନରୁ ହେଲିକପ୍ଟର ଧରିବା ପାଇଁ ଫେରୁଥିବାବେଳେ ଦିନ ୨ଟା୩୦ରେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ ପରେ ସେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।