ଭୁବନେଶ୍ବର : ଆଜି ନୂଆଦିଲ୍ଲୀରେ ସାମାଜିକ ଅନୁଷ୍ଠାନ ଜୁହାର୍ ପରିବାର ପକ୍ଷରୁ ଇ-ନୂଆଁଖାଇ ପରବ୍ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ କରୋନାକୁ ଅଣଦେଖା ନ କରି ଅଧିକ ସତର୍କ ରହିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି, ଏବେ କରୋନା ମହାମାରୀ ଦ୍ବାରା ଓଡ଼ିଶା ସମେତ ସାରା ଦେଶ ପ୍ରଭାବିତ ହୋଇଛି। ଏହି ମହାମାରୀକୁ ବେଖାତିର କରିବା ଆଦୌ ଉଚିତ ନୁହେଁ। ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ସେଣ୍ଟରରେ ପହଞ୍ଚି ପରୀକ୍ଷା କରାଇନେବାର ଆବଶ୍ୟକତା ରହିଛି। କରୋନାର ଅପପ୍ରଚାରଠାରୁ ଦୂରେଇ ରହିବା ସହ ଆଇସିଏମ୍ଆର୍ ଦ୍ବାରା ଜାରି କରୋନା ସମ୍ପର୍କିତ ପ୍ରୋଟୋକଲ୍କୁ ସମସ୍ତେ ପାଳନ କରିବା ଦରକାର। ଏଥିସହିତ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗୋଟିଏ ସାମାଜିକ ସଙ୍ଗଠନର ଦାୟିତ୍ବ କେବଳ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ନୁହେଁ; ବରଂ ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ କାର୍ଯ୍ୟ କରିବା ଦରକାର। କୃଷିଭିତ୍ତିକ ଗଣପର୍ବ ହେଉଛି ନୂଆଁଖାଇ। ଏବେ ସମୟ ଆସିଛି ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ସହିତ ଓ ଆତ୍ମନିର୍ଭର ହେବା ପାଇଁ ନୂଆ କଳ୍ପନା ଓ ବିଚାରକୁ ନେଇ ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ଉନ୍ନତ କରିବା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Dharmendra_Pradhan-a.jpg)