ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ବ୍ୟବହୃତ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ଚାଳିତ କରିବା ପାଇଁ ପେଟ୍ରୋଲିୟମ ବିଭାଗ ସହ ମିଳିତ ଭାବେ କାମ କରିବାକୁ ପର୍ଯ୍ୟଟନ ବିଭାଗକୁ ଆହ୍ଵାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସ୍ଥାନୀୟ ଐତିହ୍ୟ ଏବଂ ପର୍ଯ୍ୟଟନ ସ୍ଥଳୀକୁ ପ୍ରୋତ୍ସାହନ ଦିଆଯିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ଦେଖୋ ଆପନା ଦେଶ୍’ ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶୁଭାରମ୍ଭ ‘ସାଥୀ’ ପଦକ୍ଷେପକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି।
ରବିବାର ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଚଳିତବର୍ଷର ଥିମ୍ ଥିବା ପର୍ଯ୍ୟଟନ ଓ ଗ୍ରାମୀଣ ବିକାଶର ଭର୍ଚୁଆଲ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ବିଶେଷ ଭାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକମାନେ ବ୍ୟବହାର କରୁଥିବା ଯାନବାହାନ ଯଥା ବୋଟ, ଯନ୍ତ୍ରଚାଳିତ ଡଙ୍ଗା ଓ ଗାଡିଗୁଡିକ ଡିଜେଲ, ପେଟ୍ରୋଲ ଓ କିରୋସିନରେ ଚାଲୁଛି।
/sambad/media/post_attachments/wp-content/uploads/2020/09/dde6bb4a-2840-481d-8db2-848bcc6c4331-1.jpg)
ତେବେ ଏହି ଯାନବାହାନକୁ ଏଲଏନଜି, ପିଏନଜି ଭଳି ସ୍ୱଚ୍ଛ ଇନ୍ଧନରେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଉଭୟ ପର୍ଯ୍ୟଟକ, ବୋଟ ଓ ଅନ୍ୟାନ୍ୟ ଯାନବାହାନ ମାଲିକାନାରେ ଥିବା ବ୍ୟକ୍ତିମାନେ ଲାଭ ହେବେ ଏବଂ ପରିବେଶ ସୁରକ୍ଷିତ ରହିବ ବୋଲି ସେ କହିଛନ୍ତି। ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି। ବିଶେଷଭାବରେ ମନ୍ଦିର ସବୁଠୁ ବଡ଼ ପର୍ଯ୍ୟଟନ ସ୍ଥଳ ଭାବେ ଉଭା ହୋଇଛି।
ସେହିପରି ବିସ୍ତୀର୍ଣ୍ଣ ବେଳାଭୂମି, କ୍ରୀଡା ପର୍ଯ୍ୟଟନ, ଆଡଭେଞ୍ଚର, ଜଳ କ୍ରୀଡ଼ା, ବନ୍ୟଜନ୍ତୁ, ପରିବେଶ ଓ ପ୍ରାକୃତିକ ପରିବେଶ ସମ୍ପଦରେ ପର୍ଯ୍ୟଟନ ବୃଦ୍ଧି କରିବା ଦିଗରେ ଅନେକ ସୁଯୋଗ ରହିଛି ଯ ଦେଶରେ ବିଭିନ୍ନ ଗ୍ରାମାଂଚଳ ଗୁଡ଼ିକରେ ଥିବା ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଗୁଡ଼ିକୁ ଚିହ୍ନଟ କରାଯାଇ ଏହି ପର୍ଯ୍ୟଟନ ସ୍ଥଳି ଗୁଡ଼ିକରେ ଆଂଚଳିକ ଭାଷାକୁ ଗୁରୁତ୍ୱ ଦେବା ସହ ଏଠାରେ ଆଗାମୀ ଦିନରେ ସ୍ଥାନୀୟ ଟୁରିଷ୍ଟ ଗାଇଡ଼ଙ୍କୁ ନିଯୁକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତ। ଏହା ହେଲେ ସ୍ଥାନୀୟ ଅଂଚଳରେ ରୋଜଗାର ବଢ଼ିବ, ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ ହେବ।
ସେ କହିଛନ୍ତି ସାଂପ୍ରତିକ ସମୟରେ କୋରାନା ମହାମାରୀ ଦ୍ୱାରା ଲୋକମାନେ ପ୍ରଭାବିତ ହୋଇଛନ୍ତ। ଅର୍ଥନୀତି ମଧ୍ୟ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଛି। ଏଭଳି ସମୟରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ‘ସାଥୀ’ ପଦକ୍ଷେପ ନିଆଯିବା ପ୍ରଶଂସନୀୟ। ଏହି ଯୋଜନାରେ କୋଭିଡ୍ ଗାଇଡଲାଇନକୁ ଦୃଷ୍ଟିରେ ରଖି ୨୫ ହଜାର ହୋଟେଲକୁ ପର୍ଯ୍ୟଟନର ଇକୋ ସିଷ୍ଟମରେ ସାମିଲ କରାଯାଇଛି ଯ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଭିନବ ପଦକ୍ଷେପ ମାଧ୍ୟମରେ ଅର୍ଥନୀତିକୁ ସ୍ୱାଭାବିକ ସ୍ଥିତିକୁ ଆଣିବା ଦିଗରେ କାମ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/f0bc2342-f694-4bfd-b6fb-4cf4a097dbea.jpg)