ଭୁବନେଶ୍ବର: କରୋନା ମୁକାବିଲା ପରିପ୍ରେକ୍ଷୀେର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଦେଶର ଏକ ହଜାରରୁ ଅଧିକ ଏଲ୍ପିଜି ବିତରକଙ୍କ ସହ ଆଲୋଚନା କରିଛନ୍ତି। ଗରିବଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଅଧିକରୁ ଅଧିକ ଉଜ୍ଜ୍ବଳା ରିଫିଲ୍ ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଲକ୍ଡାଉନ୍ ସମୟରେ ଘରେ ଘରେ ଏଲ୍ପିଜି ସିଲିଣ୍ଡର୍ ଯୋଗାଣ କାର୍ଯ୍ୟକୁ ନିଶ୍ଚିତ କରିଥିବାରୁ ଏଲ୍ପିଜି ଡେଲିଭରି ବୟ ଓ ବିତରକଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ। ଡେଲିଭରି ବୟଙ୍କୁ ବର୍ତ୍ତମାନ ସମୟର ଆଗଧାଡ଼ିର ଯୋଦ୍ଧା ସହ କେନ୍ଦ୍ର ମନ୍ତ୍ରୀ ତୁଳନା କରିଥିଲେ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ତଥା ଲକ୍ ଡାଉନ୍ ପାଇଁ କେନ୍ଦ୍ର ସରକାର ଗରିବ ଲୋକ ବା ଅସହାୟ ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ହିତାଧିକାରୀମାନଙ୍କୁ ମାଗଣାରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ଗ୍ୟାସ୍ ପହଞ୍ଚାଇବା କାମକୁ ଠିକ୍ ଭାବେ କରିବାକୁ ପଡ଼ିବ। ଏଲ୍ପିଜି ବିତରକ ତଥା କର୍ମଚାରୀ ଓ ଡେଲିଭରି ବୟଙ୍କୁ କରୋନା ଭାଇରସ୍ରୁ ରକ୍ଷା ନିମନ୍ତେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ େଦଇଥିଲେ। ଏହା ସହ ଏଲ୍ପିଜି ସିଲିଣ୍ଡର୍ ନେଣଦେଣ ସମୟରେ ମଧ୍ୟ ସ୍ବଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ବିତରକମାନଙ୍କୁ କହିଥିଲେ। ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଡେଲିଭରି ବୟଙ୍କୁ ଫେସ୍ ମାସ୍କର ବ୍ୟବହାର, ଆରୋଗ୍ୟ ସେତୁ ଆପ୍, ହାତକୁ ସଫା କରିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ବିଷୟରେ ସେଚତନ କରିବା ସହ ଡେଲିଭରି ସମୟରେ ମଧ୍ୟ ଉପଭୋକ୍ତାଙ୍କୁ ସଚେତନ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଥିଲେ। କରୋନା ସଂକ୍ରମଣର ବିପଦକୁ କମ୍ କରିବା ପାଇଁ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା, ସ୍ବଚ୍ଛତା କାର୍ଯ୍ୟକୁ ଜାରି ରଖିବାକୁ ବିତରକମାନଙ୍କୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/d897jhd98j7hd98j7d98jh798h7s8h74sf65h4sf65h4sf65hsfhsfhhhsfhsfhh.jpg)