ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ଫଳାଫଳ ଜୁନ୍‌ ୪ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ। ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ସର୍ଭେ ସଂସ୍ଥା ସେମାନଙ୍କର ବୁଥ ବାହୁଡା ମତ ପ୍ରକାଶ କରିଛନ୍ତି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବଡ଼ ବୟାନ ଦେଇଛନ୍ତି।

Advertisment

ଜାତୀୟ ଗଣମାଧ୍ୟମରେ ଦ୍ୱାରା ହୋଇଥିବା ଏକ୍‌ଜିଟ୍‌ ପୋଲର ଆକଳନ ସତ ହେବ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଯେ, ସମ୍ବଲପୁରରେ ବିଜେଡି ଟଙ୍କାରେ ଖେଳିବାକୁ ଚାହିଁଲା ଏବଂ ବିଜେପି ଲୋକସମ୍ପର୍କ ବଢ଼ାଇଲା। ବ୍ୟାପକ ଲୋକସମ୍ପର୍କ ବିଜେପିକୁ ବଡ଼ ବିଜୟ ଭେଟି ଦେବ। ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହେବେ।

ବରିଷ୍ଠ ବିଜେପି ନେତା ଜୟନାରାୟଣ କହିଛନ୍ତି ଯେ, ସମ୍ବଲପୁର ବିଧାନସଭା ଆସନରେ ଭଲ ଭେଟ୍‌ ବ୍ୟବଧାନରେ ବିଜୟୀ ହେବୁ। କିଛି ସ୍ଥାନକୁ ଛାଡ଼ିଦେଲେ ସମ୍ବଲପୁରର ଅଧିକାଂଶ ଆସନରେ ଲୋକେ ଆଦରରେ ଗ୍ରହଣ କରିଛନ୍ତି। ତେବେ ବିଜୟରେ ଭୋଟ୍‌ ବ୍ୟବଧାନ କେତେ ରହିବ ସେନେଇ ଜୟନାରାୟଣ କୌଣସି ସ୍ପଷ୍ଟ ହିସାବ ଦେଇନାହାନ୍ତି।