ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

ଭୁବନେଶ୍ୱର: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଶନିବାର ଓଡ଼ିଶା ଗସ୍ତରେ ଆସୁଛନ୍ତିା ଶେଖାୱତ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ହୋଟେଲ ନିୟୁ ମ୍ୟାରିଅନଠାରେ ସକାଳ ୧୦.୩୦ରେ ରାଷ୍ଟ୍ରୀୟ ଏକତା ଅଭିଯାନ ଅନ୍ତର୍ଗତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଜନ ସଂର୍ପକ ଓ ଜନଜାଗରଣ ଯାତ୍ରା ଅବସରରେ ଜାମ୍ମୁ କାଶ୍ମୀରରେ ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ ତାର ଉବଲବ୍ଧି ସଂର୍ପକରେ ଶ୍ରୀ ଶେଖାୱତ ଯୁବପିଢୀ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବୋ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେବେ । ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀର ବାସିନ୍ଦାଙ୍କ ଜୀବନଶୈଳୀରେ କିପରି ପରିବର୍ତନ ହୋଇଛି ସେ ନେଇ ଜନସାଧାରଣଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ ଅବଗତ କରାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର