କାଲି ନାଲକୋର ପ୍ରତିଷ୍ଠା ଦିବସ, ଯୋଗଦେବେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ଭୁବନେଶ୍ବର: ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓଡ଼ିଶା ଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଆସନ୍ତାକାଲି ନାଲକୋର ପ୍ରତିଷ୍ଠା ଦିବସରେ ଯୋଗଦେବେ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବରିଷ୍ଠ ଦଳୀୟ ନେତା ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତରାୟଙ୍କ ସମେତ ଅନ୍ୟମାନେ ସ୍ବାଗତ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି ଦଳୀୟ କର୍ମକର୍ତ୍ତାଙ୍କ ସହିତ ପାର୍ଟି କାର୍ଯ୍ୟାଳୟରେ ଆଲୋଚନା କରିବେ। ପାର୍ଟିକୁ  ତୃଣମୂଳ ସ୍ତରରେ ସୁଦୃଢ କରିବା ନେଇ ସେ ଦଳୀୟ ନେତାମାନଙ୍କ ସହିତ ଆଲୋଚନା କରିବେ। ସେହିପରି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଖଣିଜ ସମ୍ପଦରେ କେମିତି ଆହୁରି ଓଡ଼ିଶାର ବିକାଶ ହେବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ଯୋଶୀ କହିଛନ୍ତି, ଓଡ଼ିଶା ଖଣିଜ ସମ୍ପଦରେ ଭରପୁର। ଓଡ଼ିଶା ଯେତେବେଳେ ଯାହାବି ମାଗିଛି ମୋଦୀ ସରକାର ତାହା ଦେଇଛନ୍ତି। ଏଥର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ୨ଟି ଗୁରୁତ୍ବପୂର୍ଣ୍ଣ ନିଲାମ ଓଡ଼ିଶା ଖଣି ନିଗମକୁ ଦିଆଯାଇଛି। ଓଡ଼ିଶା ସରକାରଙ୍କ ସହିତ କେନ୍ଦ୍ରସରକାର ପାଦ ଦେଇ ଚାଲିଛନ୍ତି।

 

ସମ୍ବନ୍ଧିତ ଖବର