ପୁରୀ: କେନ୍ଦ୍ର ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି.ସୋମାନ୍ନା ରବିବାର ପୁରୀ ରେଳ ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରୂପାନ୍ତରଣ କରାଯାଉଥିବା ପୁନର୍ବିକାଶ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି। ସେ ରେଳ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଉଲ୍ଲେଖ କରିଛନ୍ତି ଯେ, ୨୦୨୫ ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୫୯୯ କୋଟି ଟଙ୍କା ମିଳିଛି, ଯାହା ୨୦୦୯-୧୪ ତୁଳନାରେ ୧୨.୫ ଗୁଣ ବୃଦ୍ଧି ହୋଇଛି।
ବର୍ତ୍ତମାନ ରାଜ୍ୟର ୫୯ ଷ୍ଟେସନକୁ ୨ ହଜାର ୩୭୯ କୋଟି ଟଙ୍କା ବ୍ୟୟରେ ପୁନର୍ବିକାଶ କରାଯାଉଛି, ଯାହାକି ପ୍ରାୟ ୮୦ ହଜାର କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଜ୍ୟରେ ଚାଲୁ ରହିଛି।
ସୋମାନ୍ନା ଆଲୋକପାତ କରିଥିଲେ ଯେ, ଗତ ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ଅଭୂତପୂର୍ବ ଅଭିବୃଦ୍ଧି ପାଇଛି ଯେଉଁଥିରେ ନୂତନ ରେଳ ଲାଇନ ନିର୍ମାଣ, ଟ୍ରାକ୍ ଦୋହରୀକରଣ ଏବଂ ଯାତ୍ରୀ ସୁବିଧା ବୃଦ୍ଧିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି, ଯାହା ପୂର୍ବ ବର୍ଷଗୁଡ଼ିକର ଅଗ୍ରଗତିକୁ ବହୁ ପଛରେ ପକାଇଛି। 'ବନ୍ଦେ ଭାରତ ଏକ୍ସପ୍ରେସ' ଭଳି ଆଧୁନିକ ଟ୍ରେନର ପ୍ରଚଳନ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାର ପ୍ରମୁଖ ଅଂଶକୁ 'ବନ୍ଦେ ଭାରତ ଏକ୍ସପ୍ରେସ' ସଂଯୋଗ କରୁଛି। ଏଥିସହ ଆଞ୍ଚଳିକ ସଂଯୋଗୀକରଣ ଓ ବିକାଶକୁ ଆହୁରି ବୃଦ୍ଧି କରୁଛି।
/filters:format(webp)/sambad/media/media_files/2025/07/20/b9c4982d-7f7f-4bf7-9565-2b65db9a0317-2025-07-20-18-01-29.jpg)
ରେଳ ରାଷ୍ଟ୍ରମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ରୂପାନ୍ତରିତ ପୁରୀ ଷ୍ଟେସନରେ 'ୱାନ ଷ୍ଟେସନ ୱାନ ପ୍ରଡକ୍ଟ' ଷ୍ଟଲ ଉପଲବ୍ଧ କରାଯାଇ ସ୍ଥାନୀୟ ପ୍ରଡକ୍ଟକୁ ପ୍ରୋତ୍ସାହନ ଦିଆଯିବା ସହ ଏଥିରେ ଉନ୍ନତ ପ୍ରବେଶ, ଆଧୁନିକ ପ୍ରତୀକ୍ଷା ହଲ୍, ଲିଫ୍ଟ/ଏସ୍କେଲେଟର, ଏକଜିକ୍ୟୁଟିଭ୍ ଲାଉଞ୍ଜ, ସ୍ଥାନୀୟ ବୈଶିଷ୍ଟ୍ୟ ଏବଂ କିଓସ୍କ ସମେତ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବ।
ସୋମନ୍ନାଙ୍କ ସହିତ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ବି.ଏସ୍. ରାଜକୁମାର, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍.ଏସ୍.ବାଜୱା ଏବଂ ମୁଖ୍ୟ ପ୍ରଶାସନିକ ଅଧିକାରୀ/ନିର୍ମାଣ ଏ.ଜି. ଶ୍ରୀନିବାସଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାରତୀୟ ରେଳପଥକୁ ରୂପାନ୍ତରଣ କରିବାର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଯାତ୍ରୀଙ୍କ ପାଇଁ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ଏହି ପୁନର୍ବିକାଶର ଲକ୍ଷ୍ୟ ରଖାଯାଇଛି।
Indian Railways | puri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/07/20/bd756187-4958-4fbc-9cc2-943654a017fa-2025-07-20-18-03-29.jpg)