ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଘରୋଇ ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ମହାପ୍ରଭୁଙ୍କ ଟଙ୍କା ଫେରି ପାଇବା ନେଇ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ସେ ନିବେଦନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତି ସହ କୋଟି କୋଟି ଓଡ଼ିଆଙ୍କ ଜୀବନ ଜଡ଼ିତ ରହିଛି। ତେଣୁ ୟେସ୍‌ ବ୍ୟାଙ୍କରେ ଜମା ଥିବା ରାଶି ପହଞ୍ଚିବା ପର୍ଯ୍ୟନ୍ତ ଚିନ୍ତା ରହିବ। ଏହି ଟଙ୍କା ଫେରି ଆସିଲେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ହସ ଫୁଟିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସୂଚନାଯୋଗ୍ୟ, ୟେସ୍‌ ବ୍ୟାଙ୍କରେ ଜମାଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା କିପରି ଫେରିବ ସେନେଇ ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶ୍ରୀମନ୍ଦିର ପ୍ରଶାସନ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପଦକ୍ଷେପକୁ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଥିବା ନେଇ ଓଡ଼ିଶାର ଜନତା ଚିନ୍ତିତ ଅଛନ୍ତି। ଏବେ ପ୍ରଶ୍ନ ଉଠିଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଟଙ୍କା ନରଖି କାହିଁକି ଏକ ଘରୋଇ ବ୍ୟାଙ୍କରେ ଟଙ୍କା ଜମା ରଖିଛି। ଏଥିରେ କୋଟି କୋଟି ଭକ୍ତଙ୍କ ମନରେ ଆଘାତ ଲାଗିଛି। ମନ୍ଦିର ଅର୍ଥ ଫେରାଇବା ଲାଗି ଆରବିଆଇକୁ ନିର୍ଦ୍ଦେଶ ସହ ପୂରା ଘଟଣାର ନିରପେକ୍ଷ ତଦନ୍ତ ଲାଗି ଦାବିପତ୍ର ଦେଇଛନ୍ତି। ଘରୋଇ ବ୍ୟାଙ୍କରେ ଜମା ପଛରେ ଷଡଯନ୍ତ୍ର ହୋଇଥିବା ସେ ଦାବି ପତ୍ରରେ ଜଣାଇଛନ୍ତି।

New Doc 2020-03-12 16.42.22
ସମ୍ବନ୍ଧିତ ଖବର