ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଲକ ବିକ୍ରମପୁରରେ ଆଜି ବିଜେପିର ବିଜୟ ସଂକଳ୍ପ ଯାତ୍ରା ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି।

Advertisment

ଗତ ୧୯ ବର୍ଷ ଧରି ଏଠାରେ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ସରକାର ଓଡ଼ିଶାର ବିକାଶକୁ ପଛରେ ପକାଇ ଦେଇଛନ୍ତି। ଏଭଳି ଦୁର୍ନୀତିଖୋର ଓ ଭ୍ରଷ୍ଟାଚାରୀ ସରକାରଙ୍କୁ ହିନ୍ଦୁ ସାଗରରେ ଫୋପାଡ଼ି ଦେଇ ପରିବର୍ତ୍ତନ ଆଣିବାକୁ ଶ୍ରୀ ସିହ୍ନା ଆହ୍ବାନ ଦେଇଥିଲେ। ଆସିକା ଲୋକସଭା ବିଜେପି ପ୍ରାର୍ଥିନୀ ଅନିତା ପ୍ରିୟଦର୍ଶିନୀ ଏବଂ ଖଲ୍ଲିକୋଟ ବିଧାୟକ ପ୍ରାର୍ଥିନୀ ଭାରତୀ ବେହେରାଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଅନୁ ଚୌଧୁରୀ, ଗୁଜରାଟ ସମ୍ପଦ ସାରସ୍ୱତ ଘୁମୁସର ଜିଲ୍ଲା ଉପସଭାପତି ଅନିଲ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମିହିର ପରିଡା, ପୂର୍ବତନ ସରପଞ୍ଚ ସୁରେନ୍ଦ୍ରନାଥ ସାହୁ, ବିକ୍ରମପୁର ସରପଞ୍ଚ ମମତା ପ୍ରଧାନ, ବିଜେପି ନେତା ମୃତ୍ୟୁଞ୍ଜୟ ରାଉଳ, ମନୁ ମହାପାତ୍ର, ଧନୁରାମ ପ୍ରଧାନ, ଯୁବନେତା ଟୁଲୁ ଜେନା ପ୍ରମୁଖ ଉଦ୍‌ବୋଧନ ଦେଇ ଥିଲେ।

ଏହି ଅବସରରେ ବିଜେଡି ଯୁବନେତା ତଥା ଖଲ୍ଲିକୋଟ ଏନଏସି ପୂର୍ବତନ ନଗରପାଳ ଶଙ୍କର ପ୍ରସାଦ ନାୟକ, ସାଂସଦ ପ୍ରତିନିଧି ମନୋଜ କୁମାର ସାହୁ, ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ, ଯୁବ ବିଜେଡି ନେତା ସନ୍ତୋଷ କୁମାର ଗୌଡ଼, ଇନ୍ଦ୍ରମଣି ଦଳେଇଙ୍କ ସମେତ ବହୁ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ।