କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ

ଭୁବନେଶ୍ବର : କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂଙ୍କ ସମେତ ଏକ ପ୍ରତିନିଧି ଦଳ ୱାଲ୍‌ର୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି। ସେଣ୍ଟରର ବିଭିନ୍ନ ଲ୍ୟାବ୍ ପରିଦର୍ଶନ କରିବା ସହିତ ପ୍ରଶିକ୍ଷକଙ୍କ ସହିତ ଆଲୋଚନା କରିଛନ୍ତି।

ଏହି ଅବସରରେ ଶ୍ରୀ ସିଂ କହିଥିଲେ ଯେ ଆଜିର ପ୍ରତିଯୋଗିତା ମୂଳକ ଦୁନିଆରେ ଶିଳ୍ପ ସମ୍ବନ୍ଧୀୟ କୈଶଳ ଥିବା କୁଶଳୀ କର୍ମଜୀବୀଙ୍କ ଆବଶ୍ୟକତା ରହିଛି। ଏହା ଆଇଟିଆଇ ଓ ପଲିଟେକ୍‌ନିକ୍ ଛାତ୍ରଛାତ୍ରୀଙ୍କ ସମସ୍ତ କୌଶଳ ଆବଶ୍ୟକତା ପୂରଣ କରି ସେମାନଙ୍କୁ କୁଶଳୀ କରିବ ବୋଲି ସେ କହିଥିଲେ। ରାଷ୍ଟ୍ରୀ ଖଣିଜ ନିଗମର ସିଏମ୍‌ଡି ସୁମିତ ଦେବ କହିଥିଲେ, ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଆବଶ୍ୟକତାକୁ ପୂରଣ କରିବା ସହିତ ସ୍କିଲିଂ ଇକୋସିଷ୍ଟମର ଚେହେରାକୁ ବଦଳାଇବା ପାଇଁ ରାଜ୍ୟ ସରକାର ଯୋଉଁ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିଛନ୍ତି ତାହା ପ୍ରଶଂସନୀୟ। ୱାର୍ଲ୍ଡ ବିଏମ୍‌ସି କମିସନର ସଞ୍ଜୟ ସିଂ କହିଥିଲେ, ଶ୍ରେଷ୍ଠ ଆଇଟିଆଇ ଓ ପଲିଟେକ୍‌ନିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଏହି କେନ୍ଦ୍ର ଏକ ଫିନିସିଂ ସ୍କୁଲ ଭାବେ କାର୍ଯ୍ୟ କରୁଛି। ଏହାସହ ଆଇଟିଆଇ ଓ ପଲିଟେକନିକ୍ ଶିକ୍ଷକମାନଙ୍କ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ‌ଶ୍ରୀ ସିଂ କହିଥିଲେ। ୧୮ ମହଲା ବିଶିଷ୍ଟ ଏହି କୋଠାର ପ୍ରତ୍ୟେକ ମହଲା ଏକ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ପାଇଁ ଉତ୍ସର୍ଗୀକୃତ। ୨୦୨୧/୨୨ ବର୍ଷ ପାଇଁ ଏୟାର କଣ୍ଡିସନର ଓ ରେଫ୍ରିଜରେସନ୍, ମେକାନିକାଲ ଓ ଇଲେକଟ୍ରିକାଲ୍ସ ସର୍ଭିସେସ୍ ଓ ମେକାଟ୍ରୋନିକ୍ସ ଭଳି ୩ଟି ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଥିବା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ରେଘୁ.ଜି କହିଥିଲେ।

ସମ୍ବନ୍ଧିତ ଖବର