ବାତ୍ୟା ସହାୟତା ଦାବି କରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଚିଠିରେ ଧର୍ମେନ୍ଦ୍ର ବାତ୍ୟା ‘ଫନି’ ପରେ ପୁନରୁଦ୍ଧାର କାର୍ଯ୍ୟ କେମିତି କରାଯିବ ସେଥି ପାଇଁ ସହାୟତା ସଂପର୍କରେ ଉଲ୍ଲେଖ କରିଛନ୍ତି। ବାତ୍ୟା ଯୋଗୁଁ ବ୍ୟାଙ୍କ ଏବଂ ଏଟିଏମ୍‌ ସେବା ପ୍ରଭାବିତ ବିଷୟରେ ସେ ଉଲ୍ଲେଖ କରିଛନ୍ତି। ବାତ୍ୟା କ୍ଷତିଗ୍ରସ୍ତ ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି। ସହଜ ସୁଦ୍ଧ ହାରରେ ହୋଟେଲ ଶିଳ୍ପଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି କୁକୁଡା, ମତ୍ସ୍ୟ ପାଳନ, କୃଷି ଶିଳ୍ପକୁ ସହଜ ସୁଧରେ ଆର୍ଥିକ ପ୍ରୋତ୍ସାହନ ଦେବାକୁ ମଧ୍ୟ ଲେଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରସ୍ଥିତ ରେଳକୁଞ୍ଜରେ ରେଲବାଇର ସ୍ଥିତି ସମୀକ୍ଷା କରିବା ପରେ କହିଥିଲେ, ପୁରୀକୁ ରେଳ ଚଳାଚଳ ସ୍ୱାଭାବିକ ହେଉଛି। ରେଳବାଇର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ କଟକ ଜୋନ୍‌ରେ ବ୍ୟାପକ କ୍ଷତି ହୋଇଛି। ହାଓ୍ଵଡା-ଚେନ୍ନାଇ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇପାରିଛି। ପୁରୀ ଯାଏଁ ସବୁ ଟ୍ରେନ୍‌ରେ ଖୁବଶୀଘ୍ର ବିଦ୍ୟୁତ, ପିଇବା ପାଣି ବ୍ୟବସ୍ଥା କରାଯିବ। ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ରେଳବାଇ ଅଧିକ ତୀବ୍ର ହୋଇଯିବ।

ସମ୍ବନ୍ଧିତ ଖବର