ଭୁବନେଶ୍ବର : କରୋନା ସମୟରେ ରାସନ୍ କାର୍ଡ ନ ଥିବା ଗରିବ ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ େସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏକ ଚିଠି ଲେଖିଛନ୍ତି। ରାଜ୍ୟରେ ଯେପରି ଜଣେ ବି ଲୋକ ଭୋକରେ ନ ଶୁଏ, ତାହାକୁ ନିଶ୍ଚିତ କରିବାକୁ ସେ କହିଛନ୍ତି। ଶ୍ରୀ ଷଡ଼ଙ୍ଗୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଲକ୍ଡାଉନ୍ ସମୟରେ ରାସନ୍ କାର୍ଡ ନ ଥିବା ଦାଦନ ଶ୍ରମିକ, ଦିନ ମଜୁରିଆ, ଗରିବ, ବାସହୀନ ଓ ଅସହାୟମାନଙ୍କୁ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ସବୁଠାରୁ ବଡ଼ ପ୍ରସଙ୍ଗ ପାଲଟିଛି। ବର୍ତ୍ତମାନର ସ୍ଥିତିରେ ବିଭିନ୍ନ ରାଜ୍ୟରେ ପ୍ରଶାସନିକ ଅଧିକାରୀମାନେ ରାସନ୍ କାର୍ଡଧାରୀଙ୍କୁ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। କିନ୍ତୁ ଲକ୍ଡାଉନ୍ ସମୟରେ ଖାଦ୍ୟ ସାମଗ୍ରୀ ଚାହୁଁଥିବା ଲୋକଙ୍କୁ ଏହା ଯୋଗାଇବାର ନିହାତି ଆବଶ୍ୟକତା ରହିଛି। ରାସନ୍ କାର୍ଡ ନ ଥିବାରୁ ସେମାନଙ୍କୁ ଏଥିରୁ ବଞ୍ଚିତ କରାଯିବା ଉଚିତ ନୁହେଁ। କିନ୍ତୁ ରାଜ୍ୟରେ ରାସନ୍ କାର୍ଡ ନ ଥିବାରୁ ବହୁ ଗରିବ, ଅସହାୟ ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚୁ ନ ଥିବାର ଦୃଷ୍ଟିକୁ ଆସିଛି। ବର୍ତ୍ତମାନର ପରିସ୍ଥିତିର ଗୁରୁତ୍ବକୁ ଉପଲବ୍ଧ କରି ରାସନ୍ କାର୍ଡ ନ ଥିେଲ ବି ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ େଦବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି। ଯେଉଁମାନଙ୍କୁ ଖାଦ୍ୟ ସାମଗ୍ରୀ ଦିଆଯିବ, ସେମାନଙ୍କୁ ପଞ୍ଚାୟତ ୱାରି ଚିହ୍ନଟ କରାଯାଇପାରିବ। ଏ ଦିଗରେ ତୁରନ୍ତ ନିଷ୍ପତ୍ତି ନେବାକୁ କେନ୍ଦ୍ର ମନ୍ତ୍ରୀ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ଏ ଦାବି ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ : ବିନା ରାସନ୍ କାର୍ଡରେ ବି ଗରିବଙ୍କୁ ଖାଦ୍ୟ ସାମଗ୍ରୀ ଦିଅ
/sambad/media/post_attachments/wp-content/uploads/2019/07/pratap_chandra_sarangi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)