ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ଓ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ଓ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର:  ରେଳ ଓ କପଡା ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଆଜି ପୁରୀ ଗସ୍ତରେ ଆସି ପୁରୀ ରେଳ ଷ୍ଟେସନକୁ ନିରୀକ୍ଷଣ କରିବା ସହିତ ରେଳବାଇ ଅଧିକାରୀମାନଙ୍କ ସହ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି।  ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀମତୀ ଜରଦୋଶ ଯାତ୍ରୀମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ସୁବିଧା ଗୁଡିକ ଯେପରି ସମସ୍ତ ବର୍ଗର ଯାତ୍ରୀମାନଙ୍କୁ ବିଶେଷ ଭାବେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଶ୍ରୀମତୀ ଜରଦୋଶ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଯାତ୍ରୀମାନଙ୍କ ଆରମଦାୟକ ଯାତ୍ରା ପାଇଁ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ସହିତ ସମସ୍ତ ପ୍ରକାର ଯାତ୍ରୀ ବିଶେଷ କରି ଗରିବ ଓ ସ୍ୱଳ୍ପ ଆୟ ବର୍ଗର ଯାତ୍ରୀଙ୍କୁ ସୁହାଇଲାଭଳି ଯାତ୍ରୀ ପରିସେବା ଉପଲବ୍ଧ କରାଇବାକୁ ସେ କହିଛନ୍ତି। ଯାତ୍ରୀମାନଙ୍କ ସୁବିଧା ପାଇଁ ଆବଶ୍ୟକ କରୁଥିବା ବିସ୍ତୃତ ଚଳପ୍ରଚଳ ସ୍ଥାନ, କନକୋର୍ସ, ପ୍ଲାଟଫର୍ମ, ଆଲୋକିକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚଳାୟ, ଏସ୍କାଲେଟର, ଲିଫ୍ଟ ଇତ୍ୟାଦି ଗୁଡିକର ଉପଲବ୍ଧି ଉପରେ ପ୍ରାଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।

publive-image

ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ଜରଦୋଶ କହିଛନ୍ତି ଯେ ପୁରୀ ଷ୍ଟେସନ ପୁନଃବିକାଶ କାର୍ଯ୍ୟ ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ଏବଂ ଏଥିରେ ଜଗନ୍ନାଥ ମନ୍ଦିରର ଛାପ ଦିଆଯିବ ଓ ନିର୍ମାଣ କାର୍ଯ୍ୟ ସମୟରେ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କର ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦିଆଯାଉଅଛି।  ସମୀକ୍ଷା ବୈଠକରେ ଶ୍ରୀମତୀ ଜରଦୋଶ ଉନ୍ନତ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରଣାଳୀ ପାଇଁ ରେଳପଥ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ।  ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସମେତ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe