ପୁରୀ: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି।
କୃଷି ସଚିବ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢୀଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।
ଶିବରାଜ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ସହିତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ପ୍ରାର୍ଥନା କରି ଆଶୀର୍ବାଦ ଲୋଡ଼ିଥିଲେ।
ଦର୍ଶନ ପରେ, ଶିବରାଜ ଗଣମାଧ୍ୟମ ସହିତ ଆଲୋଚନା କରିଥିଲେ। ପୁରୀରୁ କେନ୍ଦ୍ର ସରକାରଙ୍କ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ ବିଷୟରେ ସୂଚନା ପ୍ରଦାନ କରିଥିଲେ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ପରେ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
जगन्नाथ का भात, जगत पसारे हाथ
— Shivraj Singh Chouhan (@ChouhanShivraj) May 29, 2025
पुण्य भूमि पुरी में 'विकसित कृषि संकल्प अभियान' के शुभारंभ से पूर्व भगवान जगन्नाथ के दर्शन किए।
भगवान जगन्नाथ जी की कृपा से यह अभियान सफल हो और अन्न के भंडार भरे रहें; यही प्रार्थना बारंबार करता हूं।#ViksitKrishi pic.twitter.com/nmJZCgVEoQ
ସୋସିଆଲ ମିଡ଼ିଆ ଏକ୍ସରେ ଶିବରାଜ ଏହି ପରିଦର୍ଶନର ଫଟୋ ଓ ଭିଡ଼ିଡ଼ ସେୟାର କରିଛନ୍ତି।
भगवान जगन्नाथ जी की पुण्य धरा पुरी से आज 'विकसित कृषि संकल्प अभियान' का शुभारंभ हो रहा है।
— Shivraj Singh Chouhan (@ChouhanShivraj) May 29, 2025
देश में अन्न के भंडार भरे रहें, किसानों की आय बढ़े, इसके लिए हम गांव-गांव निकल रहे हैं। वैज्ञानिक अब लैब में नहीं बैठेंगे, बल्कि लैंड तक पहुंचेंगे।
प्रिय किसान भाइयों, आपसे मेरी अपील है… pic.twitter.com/oGTso0D98R
ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଲେଖିଛନ୍ତି, ଆଜି ମାନନୀୟ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହିତ ପୁରୀର ପବିତ୍ର ଶ୍ରୀଜଗନ୍ନାଥ ମନ୍ଦିରକୁ ଏକ ଆଧ୍ୟାତ୍ମିକ ସମୃଦ୍ଧିଶୀଳ ଗସ୍ତରେ ଯାଇଥିଲି।
ଅଧିକ ପଢ଼ନ୍ତୁ: ବିକାଶ ନାଁ ରେ ବୃକ୍ଷ ଛେଦନକୁ ଲୋକ ପ୍ରତିନିଧିଙ୍କ ବିରୋଧ: ନ କାଟି ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କରିବାକୁ ଦାବି
Accompanied Hon’ble Union Agriculture & Farmers' Welfare Minister Shri Shivraj Singh Chouhan ji today on a spiritually enriching visit to the sacred Shri Jagannath Temple in Puri, ahead of the commencement of Viksit Krishi Sankalp Abhiyan. Offered heartfelt prayers to Mahaprabhu… pic.twitter.com/39cNmXTPXk
— Kanak Vardhan Singh Deo (Modiji Ka Parivar) (@KVSinghDeo1) May 29, 2025
କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲି। ସମସ୍ତଙ୍କ ମଙ୍ଗଳ ପାଇଁ ମହାପ୍ରଭୂ ଜଗନ୍ନାଥଙ୍କ ନିକଟରେ ହୃଦୟର ସହିତ ପ୍ରାର୍ଥନା କରିଥିଲି ଏବଂ ଓଡ଼ିଶାବାସୀଙ୍କ ପାଇଁ ଗଭୀର ଭାବରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଗଣମାଧ୍ୟମ ସହିତ ମତାମତ ପ୍ରଦାନ କରିଥିଲି।
ଅଧିକ ପଢ଼ନ୍ତୁ: ସେନା ମୁଖ୍ୟଙ୍କୁ ଦୀକ୍ଷା ଦେବା ପରେ ଦକ୍ଷିଣାରେ ପିଓକେ ମାଗିଲେ ରାମଭଦ୍ରାଚାର୍ଯ୍ୟ
lord jagannath