ଭୁବନେଶ୍ୱର: କେନ୍ଦ୍ର ମତ୍ସ୍ୟପାଳନ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ଓ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସପି ସିଂ ବଘେଲ ଆଜି ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗଠାରେ ଥିବା ଆଇସିଏଆର-କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତିଷ୍ଠାନ ପରିସରରେ ଜଳ ଜୀବପାଳନ କ୍ଷେତ୍ରରେ ଜାରି ରହିଥିବା ଗବେଷଣା କାର୍ଯ୍ୟ ସମୀକ୍ଷା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ପ୍ରତିଷ୍ଠାନ ପରିସରରେ ଚାରାରୋପଣ କରିବା ସହିତ ସିଫା କୃଷି କେନ୍ଦ୍ର ବୁଲି ଦେଖିଥିଲେ। ଏଠାରେ ଜୈବିକ ପଦ୍ଧତିରେ ବିକଶିତ ରୋହି ‘ଜୟନ୍ତ’, କାଟଲା, ସ୍କାମ୍ପି, ମାଇନର୍ କାର୍ପ, ବାଳିଆ, ମୁରେଲ୍, ଅନାବସ, ପର୍ଲମୁସେଲ ଆଦି ମତ୍ସ୍ୟ ପ୍ରଜାତିର ଚାଷ ଏବଂ ପଣ୍ଡକଲଚର୍, ବାୟୋଫ୍ଲକ୍, ଆକ୍ୱାପନିକ୍ସ ଆଦି ବିଭିନ୍ନ ଜଳ ଜୀବ ପାଳନ ପଦ୍ଧତି ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରତିଷ୍ଠାନ ଦ୍ୱାରା ବିକଶିତ ବିଭିନ୍ନ ଯନ୍ତ୍ରପାତି, ବିହନସୃଷ୍ଟି, ଥେରାପି ମଧ୍ୟ ପ୍ରଦର୍ଶିତ କରାଯାଇଥିଲା।
କେନ୍ଦ୍ରମନ୍ତ୍ରୀ ଶ୍ରୀ ବଘେଲ ଓଡ଼ିଶାରେ ମତ୍ସ୍ୟପାଳନ ଏବଂ ପ୍ରାଣୀ ସମ୍ପଦ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟ ପ୍ରଗତି ସମୀକ୍ଷା କରିଥିଲେ। ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ ଏବଂ ପ୍ରାଣୀ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। କୃଷକ ସମୁଦାୟକୁ ଆଧୁନିକ ଜ୍ଞାନକୌଶଳ ହସ୍ତାନ୍ତର କରିବା ଉପରେ କେନ୍ଦ୍ରମନ୍ତ୍ରୀ ଜୋରଦେବା ସହିତ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାଲାଗି କୃଷି ଗବେଷଣା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରବ ବୋଲି କହିଥିଲେ।
ଆଇସିଏଆର-ସିଫାର ନିର୍ଦ୍ଦେଶକ ଡକ୍ଟର ପି.କେ ସାହୁ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସେ ୨୦୪୭ ସଂକଳ୍ପ ଏବଂ ବିଭିନ୍ନ ଗବେଷଣା କାର୍ଯ୍ୟକଳାପ ସମ୍ପର୍କରେ ଏକ ଉପସ୍ଥାପନା ଦେଇଥିଲେ। ପ୍ରତିଷ୍ଠାନର ୧୦୦ ଦିନିଆ କାର୍ଯ୍ୟ ଯୋଜନା ସମ୍ପର୍କରେ ମଧ୍ୟ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।