ପ୍ରାକ୍ତନ ସରପଞ୍ଚଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

କୋରେଇ : କୋରେଇ ବ୍ଲକ୍ ଅନ୍ତର୍ଗତ ଜହ୍ନା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ସ୍ବର୍ଗତ ନଟବର ବିଶ୍ବାଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ବୁଧବାର ଦିନ ସ୍ବର୍ଗତ ବିଶ୍ବାଳଙ୍କ ପ୍ରଥମ ଶ୍ରାଦ୍ଧବ‌ାର୍ଷିକୀରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଯୋଗଦେଇ ପ୍ରତିମୂ୍ର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଅବସରରେ ସ୍ବର୍ଗତ ବିଶ୍ବାଳଙ୍କ ଦ୍ବାରା ପ୍ରତିଷ୍ଠିତ ମହାଲକ୍ଷ୍ମୀ ଯୁବକ ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

କୋରେଇ ବିଜେପି ନେତା ବିଶ୍ୱଜିତ ନାୟକଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା କରୁଣାକର ମାଝୀ, ଖରସ୍ରୋତା ମଣ୍ଡଳ ବିଜେପି ସଭାପତି ପ୍ରମୋଦ କୁମାର ସାହୁ, କୃଷ୍ଣଚନ୍ଦ୍ର ଦାସ, ସମିତିସଭ୍ୟ କ୍ଷୀରୋଦ ଦାସ, ଲଲାଟେନ୍ଦୁ ନାୟକଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ। ସ୍ବର୍ଗତ ବିଶ୍ବାଳଙ୍କ ନାତି ତଥା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର