କେନ୍ଦ୍ରାପଡ଼ା : ‘୫-ଟି ଅର୍ଥ ‘୫ ଜଣ ଟାଉଟର୍‌’! କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Advertisment

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ରବିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ମାର୍ଶାଘାଇ ବ୍ଲକ୍‌ ଗହଗାପାଟ ଜଳ ନିଷ୍କାସନ ସମସ୍ୟା ଅନୁଧ୍ୟାନ କରିବାକୁ ଯାଇଥିଲେ। ସେଠାରେ ସାମ୍ବାଦିକମାନେ ତାଙ୍କୁ ରାଜ୍ୟ ସରକାରଙ୍କ ସ୍କୁଲ୍‌ ରୂପାନ୍ତରଣ ଯୋଜନା ସମ୍ପର୍କରେ ପଚାରିଥିଲେ। ରାଜ୍ୟର ଅଧିକାଂଶ ସ୍କୁଲ୍‌ରେ ଶିକ୍ଷକ ନ ଥିବାବେଳେ ‘୫-ଟି’ ଅଧୀନରେ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ସରକାରୀ ସ୍କୁଲ୍‌ଗୁଡ଼ିକୁ ସ୍ମାର୍ଟ କରୁଛନ୍ତି। ଏ ସମ୍ପର୍କରେ ସାମ୍ବାଦିକମାନେ ତାଙ୍କୁ ପଚାରିବାରୁ ମନ୍ତ୍ରୀ ଶ୍ରୀ ଟୁଡ଼ୁ ‘୫-ଟି’ମାନେ କଣ ବୋଲି ପାଲଟା ପ୍ରଶ୍ନ କରିଥିଲେ। ତା’ସହିତ ଏ ସମ୍ପର୍କରେ ମତ ରଖି କହିଥିଲେ, ‘୫-ଟି’ମାନେ ହେଉଛି ‘୫ ଜଣ ଟାଉଟର୍‌’, ଏହାଛଡ଼ା ଆଉ କିଛି ନୁହେଁ। ଆହୁରି ମଧ୍ୟ ୫-ଟି’ ନାଁରେ ରାଜ୍ୟ ସରକାର ଲୋକଙ୍କୁ ଭକୁଆ ବନାଉଛନ୍ତି। ହଜାର ହଜାର କୋଟି ଟଙ୍କା ଧାର କରି ବିଜେଡି ସରକାର ବିଭିନ୍ନ ଯୋଜନା ଚଳାଇଛନ୍ତି ବୋଲି କହିଥିଲେ।

ସୂଚନାଥାଉ କି, କିଛି ମାସ ତଳେ ଜିଲ୍ଲାପାଳମାନେ ବିଜେଡିର ଜିଲ୍ଲା ସଭାପତି ଭାବେ କାମ କରୁଛନ୍ତି ବୋ‌ଲି ମନ୍ତବ୍ୟ ଦେଇ ମନ୍ତ୍ରୀ ଶ୍ରୀ ଟୁଡ଼ୁ ଚର୍ଚ୍ଚାରେ ରହିଥିଲେ।