ବାତ୍ୟା ‘ଫନି’ରେ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : କହିଲେ, ପୁରୀ ଜିଲ୍ଲାରେ ସ୍ଥିତି ବହୁତ ଖରାପ, ସ୍ଥିତି ସୁଧୁରିଲେ ପେଟ୍ରୋଲପମ୍ପ ଗୁଡିକ କାର୍ଯ୍ୟକ୍ଷମ ହେବ

ପୁରୀ : ମହାବାତ୍ୟା ଫନିର ପ୍ରଭାବରେ ରାଜ୍ୟରେ ଯେଉଁ ପ୍ରଳୟ ହେଲା ଏହା ରାଜ୍ୟପାଇଁ ଅପୂରଣୀୟ କ୍ଷତି । ଓଡିଶାର ଏହି ପ୍ରାକୃତିକ ବିପତିର ଗମ୍ଭୀରତାକୁ ଦେଖି ପୁନଃରୁଦ୍ଧାର ପାଇଁ ଭାରତ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଫନି ଆସିବା ପୂର୍ବରୁ ୩୪୧ କୋଟି ଟଙ୍କା ଘେ।ଷଣା କରିବାର ଦାୟିତ୍ୱ ନେଇଥିଲେ ଭାରତ ସରକାର ଏବେ ୧୦୦୦ କୋଟିଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ସ୍ୱାସ୍ଥ୍ୟ ସମସ୍ୟା କିପରି ସମାଧାନ ହୋଇପାରିବ ତାହା ଉପରେ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିପଦ ସମୟରେ ଓଡିଶାର ହିତେଷୀ ଓ ରାଷ୍ଟ୍ରର ନାୟକ ଭାବେ ଦାୟିତ୍ୱ ନେଇଛନ୍ତି । ପୁରୀ ସମେତ କୋଣାର୍କ ମନ୍ଦିରର କାମ ପାଇଁ ଏଏସଆଇ ଡିଜିଙ୍କ ସହ କଥା ହେବାକୁ ପ୍ରତିଶୃତି । ଅନ୍ୟପଟେ ବର୍ତମାନ ସମୟରେ ବିଜୁଳି ବଡ ଆହ୍ୱାନ , ବିଜୁଳି ଯୋଗାଣ ପକ୍ରିୟା ସ୍ୱାଭାବିକ୍ ହେଲେ ପେଟ୍ରୋଲପମ୍ପ ଗୁଡିକ କାର୍ଯ୍ୟକ୍ଷମ ହେବ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସହାୟତା ଘୋଷଣା ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତି କରିବ । ବିଶେଷକରି ଘର, ବିଜୁଳି, ପିଇବାପାଣି, ଫସଲହାନୀର ବୀମା, ନଡିଆ ଗଛର ପୁନଃରୁଦ୍ଧାର ସବୁପ୍ରକାର ସହଯୋଗ ପାଇଁ ଭାରତ ସରକାର ହାତ ବଢାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଟୋକ୍ନୋଲୋଜି ଓ ସୂଚନାତନ୍ତ୍ର ସକ୍ରିୟତା କାରଣରୁ ଏହି ମହାବିପତିରୁ ଲୋକେ ରକ୍ଷା ପାଇଯାଇଛନ୍ତି । ବିଶେଷକରି ଓଡିଶାର ଜନତା ଓ ମତ୍ସ୍ୟଜୀବୀ ଏ ନେଇ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ଘଟଣା ଘଟିବା ପରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ସମସ୍ୟା କିପରି ସମାଧାନ ହୋଇପାରିବ ତାହା ଉପରେ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପଶୁସମ୍ପଦ ନଷ୍ଟ ହୋଇଥିବା ବେଳେ ଏହାକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୁଏ ଏହାର ସମାଧାନ ସହ ବିଜୁଳି ସଂଯୋଗ କିପରି ଶୀଘ୍ର ହୋଇପାରିବ ଏହା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିବା କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଆକାଶମାର୍ଗରୁ ପୁରୀ ଶ୍ରୀମନ୍ଦିର ସହ କୋଣାର୍କ ମନ୍ଦିର, ପିପିଲ. ନିମାପଡା, ବାଲିଅନ୍ତା-ବାଲିପାଟଣା, ଜଟଣୀ, ଭୁବନେଶ୍ୱର ଆଦି ଅଂଚଳ ଆକାଶମାର୍ଗରୁ ପରିଦର୍ଶନ କରିବା ସହ ବିପଦ ସମୟରେ ଓଡିଶାର ହିତେଷୀ ଓ ରାଷ୍ଟ୍ରର ନାୟକ ଭାବେ ଦାୟିତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରଦାନ କରୁଛି ।

ପୁରୀ ଜିଲ୍ଲାରେ ଗତ ଦୁଇଦିନ ତଳେ ୫୨ ଟି ପେଟ୍ରୋଲପମ୍ପରୁ ୨୯ଟି ଅଚଳ ଥିବା ବେଳେ ଆଜି ସେଥିମଧ୍ୟରୁ ୮ଟି କାର‌୍ୟ୍ୟକ୍ଷମ ହୋଇଛି । ପୁରୀ ଜିଲ୍ଲାରେ ସ୍ଥିତି ବହୁତ ଖରାପ । ବାଲିଖଣ୍ଡ ଉପଖଣ୍ଡର ଗୋପ-ନିମାପଡା, ବ୍ରହ୍ମଗିରି ବଡ କ୍ଷତିଗ୍ରସ୍ତ ହୋଇଛି । ଜଙ୍ଗଲସମ୍ପଦ, କଚ୍ଚାଘର, ପଶୁସମ୍ପଦ କ୍ଷତି ହୋଇଛି । ମହାପ୍ରଭୁଙ୍କ କଳ୍ପବଟ ଦେଖି ପ୍ରଧାନମନ୍ତ୍ରୀ ଭାବବିହ୍ୱଳ ହୋଇଗଲେ । ଜଗନ୍ନାଥ ମହାପ୍ରଭୁଙ୍କର ସେ ଅନନ୍ୟ ଭକ୍ତ । ପୁରୀ ତାଙ୍କ ପାଇଁ ବିଶେଷ ସ୍ଥାନ ବୋଲି ସେ କହିଛନ୍ତି । ପୁରୀ ସମେତ କୋଣାର୍କ ମନ୍ଦିରର କାମ ପାଇଁ ଏଏସଆଇ ଡିଜିଙ୍କୁ ଡାକି କଥା ହେବି ବୋଲି କେନ୍ଦ୍ରମନ୍ତ୍ରୀ ।

ସମ୍ବନ୍ଧିତ ଖବର