ଝାରସୁଗୁଡ଼ା : କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗ୍ଗନ ସିଂ କୁଲାସ୍ତେଙ୍କୁ ଝାରସୁଗୁଡ଼ା ବିଜେପିର କିଛି କର୍ମକର୍ତ୍ତା ସ୍ୱାଗତ କରିଥିଲେ। ମନ୍ତ୍ରୀ ଶ୍ରୀ କୁଲାସ୍ତେ ଆଜି ଯଶପୁର ଯିବା ପାଇଁ ଦିଲ୍ଲୀରୁ ଆସି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଳାଇଥିଲେ। ଏଠାରୁ ସେ କାର ଯୋଗେ ସୁନ୍ଦରଗଡ଼ ଦେଇ ଛତିଶଗଡ଼ ରାଜ୍ୟର ଯଶପୁର ଯାତ୍ରା କରିଥିଲେ। ସେଠାରେ ଥିବା ବନବାସୀ କଲ୍ୟାଣ ଆଶ୍ରମର ଜଣେ ସ୍ବୟଂ ସେବକ ସଂଘ ସଦସ୍ୟଙ୍କ ଶ୍ରାଦ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ ମନ୍ତ୍ରୀ ଶ୍ରୀ କୁଲାସ୍ତେ ଆସିଥିବା ଝାରସୁଗୁଡ଼ା ବିଜେପି ସୂତ୍ରରୁ ପ୍ରକାଶ । ଆଜି ବିମାନ ବନ୍ଦରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ ପଣ୍ଡା, ଏସ୍ସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଳିତ ମଗର, ପ୍ରେମସେନ ରାୟ, ସତ୍ୟେନ୍ଦ୍ର ପରମାର, ପ୍ରବୀଣ ଶ୍ରୀବାସ୍ତବ ପ୍ରମୁଖ ବିମାନ ବନ୍ଦରରେ ଉପସ୍ଥିତ ରଖି ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।
ଝାରସୁଗୁଡ଼ା ବିମାନ ବନ୍ଦରରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ
/sambad/media/post_attachments/wp-content/uploads/2020/07/Jsg_Central_Minister.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)