ପୁରୀ ଓ କୋଣାର୍କକୁ ମିଳିବ ‘ପ୍ରସିଦ୍ଧ ଐତିହ୍ୟ’ ସ୍ଥଳୀର ମାନ୍ୟତା !

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାକୁ ‘ଆଇକନିକ୍‌ ଐତିହ୍ୟ’ସ୍ଥଳୀର ମାନ୍ୟତା ମିଳିପାରେ। ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସମ୍ମିଳନୀ ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଙ୍ଗଳବାର ଏହି ସାଂଙ୍କେତିକ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପୁରୀ ଓ କୋଣାର୍କ ପ୍ରତିଷ୍ଠିତ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇବାକୁ ହକ୍‌ଦାର। ମାତ୍ର ଏ ସଂପର୍କରେ ଆବଶ୍ୟକ କାଗଜପତ୍ର ଅଭାବ ଥିବାରୁ ଏହା ବାଦ୍‌ ପଡ଼ିଛି। ପୁରୀ ଓ କୋଣାର୍କ ଭଳି ପର୍ଯ୍ୟଟନସ୍ଥଳ ଯାହାକୁ ଅଣାଦେଖା କରାଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ ଓଡ଼ିଶାକୁ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୧୦ରେ କେନ୍ଦ୍ରକୁ ଚିଠି ଲେଖିଥିଲେ।

ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଦେଶୀ ଓ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ବିଶ୍ୱର ଏହି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିବା ପରେ ଆହୁରି ବିକାଶମୂଳକ କାମ କରାଯାଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି।

ସମ୍ବନ୍ଧିତ ଖବର